ବଲାଙ୍ଗୀର,୧/୬(ଦେବବ୍ରତ ଗୁରୁ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଧୁଲଧୁଲା ଗାଁ ରେ ହତ୍ୟାକାଣ୍ଡ ।ଶଶୁର ମୃତ ବହୁ ଗୁରୁତର । ଗାଁର ରାଜକୁମାର ଲୁହାଙ୍କୁ କେହି ହତ୍ୟା କରିଥିବାବେଳେ ତାଙ୍କ ପୁତ୍ର ବଧୁ ଭୁମିସୁତା ଲୁହାଙ୍କ ଅବସ୍ଥା ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବାବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ସୋନପୁର ସ୍ଥାନାନ୍ତର କରାଯାଇଛି । ତେବେ କିଏ ଓ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ନାହିଁ । ସକାଳୁ ଗାଁ ମୁଣ୍ଡରେ ନିଜ ପ୍ରଧାନମନ୍ତ୍ରୀ ଆବାସ ଘରେ ରାଜକୁମାର ଲୁହାଙ୍କ ମୃତଦେହ ପଡିଥିବାବେଳେ ତାଙ୍କ ବୋହୁ ଗୁରୁତର ଅବସ୍ଥାରେ ପଡିଥିବା ରାଜକୁମାରଙ୍କ ସ୍ତ୍ରୀ ଦେଖୀଥିଲେ । ଭୁମିସୂତାଙ୍କ ସ୍ୱାମୀ ବାହାର ରାଜ୍ୟରେ ରହୁଛନ୍ତି । ତେବେ କିଭଳି ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।




















