କନ୍ଧମାଳ,୩୦-୦୫(ସୁରେଶ କୁମାର ପଣ୍ଡା): ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଛି ଓଡିଶା ରେ ମଧ୍ୟ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି l କୋଭିଡ଼୧୯ ର ମୁକାବିଲା ପାଇଁ ଆଗଧାଡିର ଯୋଦ୍ଧା ଭାବେ ନିୟୋଜିତ ଅଛନ୍ତି l କନ୍ଧମାଳ ଜ଼ିଲ୍ଲା ରେ ଆୟୁଷ ଡାକ୍ତର ମାନେ ସବୁଠୁ ଆଗରେ ରହି ଜୀବନ କୁ ପାଣିଛଡ଼ାଇ କୋଭିଡ଼ ସ୍କ୍ରିନିଂ ସହିତ ରୋଗୀଙ୍କ ସେବାରେ ସବୁ ସଙ୍ଗରୋଧ କେନ୍ଦ୍ରରେ ନିୟୋଜିତ କରାଯାଇଛି କିନ୍ତୁ ସୁରକ୍ଷା ବୀମା ସହିତ ଚାରିମାସର ଆଗୁଆ ଦରମା ଦିଆଯାଇ ନାହିଁ ଫଳରେ ଡାକ୍ତରଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି l ନିଜ ଜୀବନକୁ ପାଣି ଛଡାଇ ଡାକ୍ତର ମାନେ କୋରାନାକୁ ପ୍ରତିହତ କରବା ପାଇଁ ଦିନ ରାତି ଲାଗିପଡିଛନ୍ତି କିନ୍ତୁ ସମାନ କାମକୁ ଡାକ୍ତର ସମାନ ସୁବିଧା ମିଳିପାରୁ ନାହିଁ ଫଳରେ ଆୟୁଷ ଡାକ୍ତରଙ୍କ ମନୋବଳ ବୃଦ୍ଧି ପାଉନି ଆୟୁଷ ଡାକ୍ତର ସଂଘର ସଭାପତି ଡ଼ଃ ସ୍ନେହାଶିଶ ଗିରିଙ୍କ ସମେତ ଜ଼ିଲ୍ଲାର ସମସ୍ତ ଡାକ୍ତର ଅଗ୍ରୀମ ଡାକ୍ତରଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ କରଛନ୍ତି ଓ ସମାନ କାମକୁ ସମାନ ଦରମା ଦେବାକୁ ନିବେଦନ କରିଛନ୍ତି ଏନେଇ ଡାକ୍ତର ସଂଘ ଜ଼ିଲ୍ଲା ପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବୀପତ୍ର ଦେଇଛନ୍ତି l





















