Friday, September 18, 2026
ADVERTISEMENT
Home କନ୍ଧମାଳ ସଙ୍ଘରୋଧ ଗୃହରେ ରହିବା ପରେ ନିଜ ଘରକୁ ପଠାଗଲା: କନ୍ଧମାଳ ୧୪ଦିନ ପରେ ସଂଘରୋଧ...

ସଙ୍ଘରୋଧ ଗୃହରେ ରହିବା ପରେ ନିଜ ଘରକୁ ପଠାଗଲା: କନ୍ଧମାଳ ୧୪ଦିନ ପରେ ସଂଘରୋଧ ଗୃହରୁ ଫେରିଲେ ପ୍ରବାସୀ ଓଡିଆ

526
ADVERTISEMENT

ବାଲିଗୁଡା,୨୮-୦୫(ସୁରେଶ କୁମାର ପଣ୍ଡା): କନ୍ଧମାଳରେ କୋରାନ ଭୂତାଣୁର ମୁକାବିଲା କରିବା ପାଇଁ ସାରା ରାଜ୍ୟରେ ଲକ୍ଡାଉନ ଥିବା ବେଳେ ବିମାନ,ରେଳ, ବସ ଚଳାଚଳ ବନ୍ଦ ରହିଛି ଯାହା ଦ୍ବାରା ଅନ୍ୟ ରାଜ୍ୟ ରେ ପ୍ରବାସୀ ଶ୍ରମିକ ରହି ଯାଇଥିଲେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଅନ୍ୟ ରାଜ୍ୟ ରେ ଥିବା ପ୍ରବାସୀ ଏଠାକୁ ଆସିଲେ ୧୪ଦିନ ସଂଘ ରୋଧ ଗୃହରେ ରହିବା ନିମନ୍ତେ ବାଧ୍ୟ। କନ୍ଧମାଳ ଜିଲ୍ଲାପାଳ ଡକ୍ଟର-ବୃନ୍ଦାଡି ଆଦେଶ ଓ ସରପଞ୍ଚଙ୍କ ଅନୁମତିରେ ବାଲିଗୁଡ଼ା ବ୍ଳକର ପରମପଙ୍ଗା ପଞ୍ଚାୟତ ଠାରେ ଥିବା ସଂଘ ରୋଧ ଗୃହ ତାମିଲନାଡୁରୁ ଆସିଥିବା ୩0 ଜଣ ପ୍ରବାସୀ ଓଡିଆ ଦୀର୍ଘ ୧୪ ଦିନ ରହିବା ପରେ ଆଜି ନିଜ ଗୃହ କୁ ଖୁସିରେ ଫେରିଛନ୍ତି।
ରହିଥିବା ପ୍ରବାସୀ ଓଡ଼ିଆଙ୍କ, ମତ ନେଇଥିଲୁ ସେମାନଙ୍କ ମତ ଅନୁସାରେ ସକାଳ ର ଜଳଖିଆ ଓ ମଧ୍ୟାହ୍ନ ଭୋଜନ, ରାତି ଭୋଜାନ ଦିନ ଯାଏ ସମୟ ଅନୁସାରେ ଦେଇଥିବା କହିଥିଲେ। ବିଡିଓ ନରେଶ ଚନ୍ଦ୍ର ଶବର ତହସିଲଦାର କ୍ଷିରବ୍ଧ ତନ୍ନୟା ସାହୁ, ସରପଞ୍ଚ, ନୋଡାଲ ଅଫିସରଙ୍କୁ ଥିବା ପ୍ରବାସୀ ମାନେ ଧନ୍ୟବାଦ ଜଣାଇଥିଲେ। ଏହି ୧୪ ଦିନରେ ଆପଣଙ୍କୁ ଠିକ୍ ସମୟରେ ଖାଦ୍ୟ, ପାନୀୟର ବ୍ୟବସ୍ଥା କରିଥିଲେ ଆମେ ଭାବୁଛି ଆମ ଘରମାନଙ୍କରେ ଏଭଳି ଯତ୍ନ ସହକାରେ ରହି ନଥିବା ଯିବା ସମୟରେ ଏକ ପ୍ରମାଣ ପତ୍ର ମଧ୍ୟ ଦିଆଯାଇଥିଲା ପ୍ରବାସୀ ଓଡିଆଙ୍କ ମତ ଆମ୍ଭେ ଖୁସିରେ ଘରକୁ ଯାଉଛୁ ସାତ ଦିନ ଅଲଗା ରହିବୁ ତାପରେ ସମାଜ ସହ ରହିବୁ ଅନ୍ୟ ଭାଇ ମାନେ ଆସିରହିଲେ କୌଣସି ବିଶୃଖଂଳା ନ କରି ସଂଘ ରୋଧ ଗୃହରେ ରହି ନିଜ ପରିବାରର ଓ ସମାଜ ମହାଭାରୀ କୋରୋନା ଭୂତାଣୁର ମୁକାବିଲା କରିବା ପାଇଁ ପରାମର୍ଶ ବାର୍ତ୍ତା ଦେଇଥିଲେ। ଏହି ପ୍ରବାସୀଙ୍କ ଘର କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା, ଟିକାବାଲି, ଚକାପାଦର ବୋଲି ମତ ପ୍ରକାଶ କରିଥିଲେ ବାଲିଗୁଡ଼ା ବିଡ଼ିଓ |

Advertisement