ବଲାଙ୍ଗୀର,୨୮-୦୫(ଦେବବ୍ରତ ଗୁରୁ): ଖୁବ୍ କମ ଦିନ ମଧ୍ୟରେ ବଲାଙ୍ଗୀର କରୋନା କବଳରେ ଗ୍ରସିତ ହୋଇଚାଲିଛି। ଆପଣମାନେ ଯେତେବେଳେ ସମସ୍ତ ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କୁ ବଲାଙ୍ଗୀର ଆଣିବା ପାଇଁ ଉପାୟ କଲେ ସେହି ସମୟରେ ସଙ୍ଗରୋଧ ର ବ୍ୟବସ୍ଥା ନିଶ୍ଚିତ ଭାବରେ କରିଥିଲେ, ସେଥିପାଇଁ ଆମେ ଆପଣଙ୍କ ଚିରକୃତଜ୍ଞ କିନ୍ତୁ ମୁଁ କହି ରଖେ ଯେ ଆପଣଙ୍କ ହୋମ କୋରେନଟାଇନ ର ବ୍ୟବସ୍ଥା ନିଶ୍ଚିତ ଭାବରେ ଫମ୍ପା ତଥା ଫଳଶୂନ୍ଯ ହୋଇଛି କାରଣ ଲକ ଡାଉନ୍ ୪.୦ ରେ ସହରରେ ସମସ୍ତେ ନିର୍ଭୀକ ରେ ଖୋଲା ବୁଲୁଛନ୍ତି, କିନ୍ତୁ ଅଧିକ ଚିନ୍ତା ବିଷୟ ଆମେ ଦେଖୁଛୁ ବିଗତ ୨ଦିନ ମଧ୍ୟରେ ବଲାଙ୍ଗୀର ସହରର ବିଭିନ୍ନ ପଡା ମାନଙ୍କୁ ଯେଉଁଭଳି ଭାବରେ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି,ତାହା ସମସ୍ତଙ୍କୁ ଜଣା । ଏଣୁ ବଲାଙ୍ଗୀର ସହରର ସଚେତନ ନାଗରିକ ଭାବରେ ଆମର ପ୍ରଶାସନଙ୍କୁ ଅନୁରୋଧ ଆପଣ ହୋମ କୋରେନଟାଇନ ରେ ରଖୁଥିବା ବ୍ୟକ୍ତି ମାନଙ୍କ ଉପରେ ଦୟାକରି କଡା ନଜର ରଖନ୍ତୁ ଓ ସଙ୍ଗରୋଧ ବ୍ୟବସ୍ଥା କୁ ଅଧିକ ତ୍ବରାନ୍ବିତ କରନ୍ତୁ। ନଚେତ୍ ମାନଚିତ୍ର ରେ ମରୁଡି ଓ ଦାଦନ ଶ୍ରମିକ ପାଇଁ ପ୍ରସିଦ୍ଧ ଆମ ବଲାଙ୍ଗୀର ଶୀଘ୍ର ନୂତନ କୋରୋନା ହଟ ସ୍ପଟ ଭାବେ ପ୍ରସିଦ୍ଧ ହେବ ଏଥିରେ କୈାଣସି ଦ୍ଵିମତ ନାହିଁ ।



















