ନୂଆଦିଲ୍ଲୀ,୨୨/୦୫ (ଡିଏଚ): ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ (ମେ’ ୨୧, ୨୦୨୦) ଭିଡିଓ କନଫରେନ୍ସ ମାଧ୍ୟମରେ କୋରିଆ, ସେନେଗାଲ, ତ୍ରିନିଦାଦ ଏବଂ ଟୋବାଗୋ, ମରିସସ, ଅଷ୍ଟ୍ରେଲିଆ, କୋଟ ଡି’ଆଇଭୋରେ ଏବଂ ରୁୱାଣ୍ଡାର ରାଷ୍ଟ୍ରଦୂତ ତଥା ଉଚ୍ଚ ଆୟୁକ୍ତଙ୍କ ପରିଚୟପତ୍ର ଗ୍ରହଣ କରିଛନ୍ତି ।
ରାଷ୍ଟ୍ରପତି ଭବନର ଇତିହାସରେ ଏଭଳି ପ୍ରଥମ ଥର ହୋଇଥିଲା ଯେ, ଡିଜିଟାଲ ମାଧ୍ୟମରେ ପରିଚୟପତ୍ର ଉପସ୍ଥାପନ କରାଯାଇଥିଲା । ରାଷ୍ଟ୍ରପତି ମନ୍ତବ୍ୟ ଦେଇଥିଲେ ଯେ, ବିଶ୍ଵରେ କୋଭିଡ-୧୯ ଦ୍ଵାରା ସୃଷ୍ଟି ହୋଇଥିବା ଆହ୍ଵାନକୁ ଡିଜିଟାଲ ଟେକ୍ନୋଲୋଜି ଦୂର କରିବାରେ ସକ୍ଷମ ହୋଇଛି ଏବଂ ଏକ ଅଭିନବ ଢଙ୍ଗରେ ଏହାର କାର୍ୟ୍ୟ ସମ୍ପାଦନ କରୁଛି । ଏହି ପରିପ୍ରେକ୍ଷୀରେ ସେ ନୂଆଦିଲ୍ଲୀରେ କୂଟନୈତିକ ସମ୍ପ୍ରଦାୟ ସହ ଭାରତର ଯୋଗଦାନରେ ଡିଜିଟାଲ-ସକ୍ଷମ ପରିଚୟପତ୍ର ସମାରୋହକୁ ଏକ ବିଶେଷ ଦିନ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଭାରତ ନିଜର ଦେଶବାସୀ ତଥା ବିଶ୍ଵର ଅଗ୍ରଗତି ପାଇଁ ଡିଜିଟାଲ ଟେକ୍ନୋଲୋଜିର ସମ୍ଭାବନାକୁ ବ୍ୟବହାର କରିବାକୁ ପ୍ରତିଶ୍ରୁତିବଦ୍ଧ ।
ରାଷ୍ଟ୍ର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କୋବିନ୍ଦ କହିଥିଲେ ଯେ, କୋଭିଡ-୧୯ ମହାମାରୀ ବିଶ୍ୱ ସମୁଦାୟ ପାଇଁ ଏକ ଅପ୍ରତ୍ୟାଶିତ ଆହ୍ୱାନ ସୃଷ୍ଟି କରିଛି ଏବଂ ଏହି ସଙ୍କଟ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ସୁଯୋଗ ଆଣିଛି ଜ୍ଝ ସେ ଦର୍ଶାଇଥିଲେ ଯେ, ମହାମାରୀ ମୁକାବିଲାରେ ଲଢୁଥିବା ସମସ୍ତ ଦେଶକୁ ସମର୍ଥନ ଯୋଗାଇବାରେ ଭାରତ ଆଗରେ ରହିଛି ।
ପରିଚୟପତ୍ର ପ୍ରଦାନ କରିଥିବା ରାଷ୍ଟ୍ରଦୂତ / ଉଚ୍ଚ ଆୟୁକ୍ତମାନେ ହେଲେ –
ମିଷ୍ଟର ଚୋଏ ହୁଇ ଚୋଲ, କୋରିଆ ରାଷ୍ଟ୍ରଦୂତ
ମିଷ୍ଟର ଅବଦୌଲ ୱାହବ ହଇଦର, ସେନେଗାଲ ରାଷ୍ଟ୍ରଦୂତ
ଡଃ ରୋଗର ଗୋପଲ, ତ୍ରିନିଦାଦ ଏବଂ ଟୋବାଗୋ ଉଚ୍ଚ ଆୟୁକ୍ତ
ଶ୍ରୀମତୀ ଶାନ୍ତି ବାଇ ହନୁମାନଜୀ, ମରିସସ ଉଚ୍ଚ ଆୟୁକ୍ତ
ମିଷ୍ଟର ବରୀ ରୋବର୍ଟ ଓ’ ଫରେଲ୍ଲ, ଅଷ୍ଟ୍ରେଲିଆ ଉଚ୍ଚ ଆୟୁକ୍ତ
ଏମ. ଏନ’ଡ୍ରୀ ଏରିକ କାମିଲ୍ଲେ, କୋଟ ଡି’ଆଇଭୋରେ
ସୁଶ୍ରୀ ଜାକଲିନ ମୁକାଙ୍ଗୀରା, ରୁୱାଣ୍ଡା ଉଚ୍ଚ ଆୟୁକ୍ତ
ଭାରତର କୂଟନୈତିକ ପଦକ୍ଷେପରେ ଆଜିର କାର୍ୟ୍ୟକ୍ରମ ଏକ ନୂତନ ଦିଗ ଯୋଡିଛି ।



















