ଦେଶରେ କ୍ରିୟାନ୍ୱିତ ହେଉଥିବା ୬ଟି ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

251
File Image
ADVERTISEMENT

ନୂଆଦିଲ୍ଲୀ,୨୨/୦୫ (ଡିଏଚ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପେଟ୍ରୋଲିୟମ ତଥା ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଦେଶରେ ଚାଲୁଥିବା ୬ଟି ପ୍ରମୁଖ କ୍ରିୟାନ୍ୱିତ ହେଉଥିବା ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବା ସହ ସେଗୁଡିକର ଅଗ୍ରଗତି ନେଇ ମଧ୍ୟ ବିଭାଗୀୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବିଚାରବିମର୍ଷ କରିଛନ୍ତି ।

ଏହି ପ୍ରକଳ୍ପଗୁଡିକ ହେଲା ଗେଲ୍ ପ୍ରାକୃତିକ ପାଇପଲାଇନ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରକଳ୍ପ, କର୍ଣ୍ଣାଟକ ଏବଂ ତାମିଲନାଡୁ ପ୍ରାକୃତିକ ଗ୍ୟାସ ଯୋଗାଣ ପ୍ରକଳ୍ପ, ଦକ୍ଷିଣ ଭାରତରେ ଆଇଓସିଏଲର ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପ, ଇନ୍ଦ୍ରଧନୁଷ ଗ୍ୟାସ ଗ୍ରୀଡ ପ୍ରକଳ୍ପ ଅଧୀନରେ ଚାଲୁଥିବା ଉତ୍ତର ପୂର୍ବ ଗ୍ୟାସ ଗ୍ରୀଡ ପାଇପଲାଇନ ପ୍ରକଳ୍ପ ଏବଂ ଆଇଓସିଏଲର ଏନ୍ନୋର-ବାଙ୍ଗାଲୁରୁ-ମଦୁରାଇ-ଟୁଟିକୋରିନ ପ୍ରମୁଖ ଗ୍ୟାସ ପାଇପଲାଇନ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି ।

ଶ୍ରୀ ପ୍ରଧାନ ଏ ପ୍ରକଳ୍ପ ଉପରେ ସବିଶେଷ ଟିପ୍ପଣୀ ଦେଇଛନ୍ତି । ଆତ୍ମନିର୍ଭର ଭାରତ ଅଭିଯାନର ଅଂଶ ଭାବେ ପରିଗଣିତ ଗେଲ ପ୍ରାକୃତିକ ପାଇପଲାଇନ ପ୍ରକଳ୍ପରେ ଭଗେଲ୍ ୧ ହଜାର କୋଟି ଟଙ୍କାରୁ ଅଧିକ ଲାଇନ ପାଇପ୍ ଟେଣ୍ଡର ପ୍ରକ୍ରିୟାକରଣ କରୁଛି । ୨୦୨୦ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୧ ଲକ୍ଷ ଇସ୍ପାତ କିଣିବା ତଥା ଘରୋଇ ବିଡରଙ୍କ ଠାରୁ ୮୦୦ କିଲୋମିଟର ପାଇପଯୋଗାଣ ପାଇଁ ଏହି ଟେଣ୍ଡର ପ୍ରକ୍ରିୟାକରଣ କରାଯାଉଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏହାର ପରିମାଣ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଦୁଇଗୁଣିତ ହେବ ବୋଲି ଆଶା କରାଯାଉଛି ।

ସେହିପରି ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରକଳ୍ପ କାମ ପୁଣି ଆରମ୍ଭ ହୋଇଛି । ପୂର୍ବ ଭାରତକୁ ସଂଯୋଗ କରୁଥିବା ଏହି ପାଇପଲାଇନ ଦେଶର ଗ୍ୟାସ ଆଧରିତ ଅର୍ଥନୀତିକୁ ଗତି ଦେବ । ସେହିପରି କେରଳର ପ୍ରମୁଖ ଅଂଶ କର୍ଣ୍ଣାଟକ ଏବଂ ତାମିଲନାଡୁର କେତେକ ପ୍ରମୁଖ ସୀମା ଆସନ୍ତା ୨ଟି କ୍ୱାଟର ମଧ୍ୟରେ ପ୍ରାକୃତିକ ଗ୍ୟାସ ଯୋଗାଣ ସହିତ ସଂଯୁକ୍ତ ହେବ ଏବଂ ଏହା ସିଟି ଗ୍ୟାସ ବିତରଣ ଓ ଗ୍ୟାସଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଇଓସିଏଲ ଦକ୍ଷିଣ ଭାରତ ଅଂଚଳରେ ୬ ହଜାର ୨୫ କୋଟି ଟଙ୍କା ବ୍ୟୟରେ ୧୪୫୦ କିମି ଲମ୍ବ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପକୁ କାର୍ୟ୍ୟକାରୀ କରୁଛି ।

ଭାରତରେ ଏହି ପ୍ରକଳ୍ପ ଆତ୍ମନିର୍ଭର ଭାରତ ଅଭିଯାନର ୨ ହଜାର ୬୦ କୋଟି ଟଙ୍କାରେ ଆନୁମାନିକ ୧.୬୫ ଲକ୍ଷ ମେଟ୍ରିକ ଟନ ଇସ୍ପାତ ଉତ୍ପାଦନ କରିବାର ସମ୍ଭାବନା ରଖିଛି ।

ଇନ୍ଦ୍ରଧନୁଷ ଗ୍ୟାସ ଗ୍ରୀଡ ଅଧୀନ ଦକ୍ଷିଣ ଭାରତରେ ଆଇଓସିଏଲ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରକଳ୍ପ ୮ଟି ଉତ୍ତର ପୂର୍ବ ରାଜ୍ୟର ରାଜଧାନୀକୁ ସଂଯୋଗ କରୁଛି ।

ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶ ଭାବରେ ଆଇଜିଜିଏଲ ୨୦୨୦ ଜୁଲାଇ ସୁଦ୍ଧା ଘରୋଇ ବିଡରଙ୍କ ଠାରୁ ୫୫୦ କିମି ଲାଇନ ପାଇପ ଯୋଗାଣ ନିମନ୍ତେ ୯୫୦ କୋଟି ଟଙ୍କାରୁ ଅଧିକ ୭୩ ହଜାର ମେଟ୍ରିକ ଟନ ଇସ୍ପାତ ଉପଲବ୍ଧ କରିବାର ଲକ୍ଷ୍ୟ ରଖିଛି । ଏହାର ପରିମାଣ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଦୁଇଗୁଣିତ ହେବ ବୋଲି ଆଶା କରାଯାଉଛି ।

ଆଇଓସିଏଲର ଏନ୍ନୋର-ବାଙ୍ଗାଲୁରୁ-ମଦୁରାଇ-ଟୁଟିକୋରିନ ଗ୍ୟାସ ପାଇପଲାଇନ ପ୍ରକଳ୍ପରେ ଏନ୍ନୋର ଠାରେ ଏଲଏନଜି ଟର୍ମିନାଲ ୪ଟି ଦକ୍ଷିଣସମୂହ ରାଜ୍ୟ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ପୁଡୁଚେରିର ୨୫ ଜିଲ୍ଲାକୁ ପହଁଚିବ । ଏହି ପ୍ରକଳ୍ପ ସିଏନଜି ଏବଂ ପିଏନଜି ଆବଶ୍ୟକ କରୁଥିବା ୬ କୋଟି ଲୋକଙ୍କ ପାଖରେ ଇନ୍ଧନ ପହଁଚାଇବ ଏବଂ ଗ୍ୟାସ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ସହ ଏହି କ୍ଷେତ୍ରର ୮୦ଟି ଶିଳ୍ପକୁ ମଜବୁତ କରିବ ।

Advertisement