ଗାଇଡଲାଇନ ଲାଗୁ ନିମନ୍ତେ ଜରୁରି ପଦକ୍ଷେପ ନିଅନ୍ତୁ ସ୍ଥାନୀୟ ପ୍ରଶାସନ : ଗୃହ ମନ୍ତ୍ରଣାଳୟ

282
File Image
ADVERTISEMENT

ନୂଆଦିଲ୍ଲୀ,୨୨/୦୫ (ଡିଏଚ): କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନର ସମସ୍ତ ପଦକ୍ଷେପକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ଜରୁରି। ତେବେ ଦେଶର ବିଭିନ୍ନ ସ୍ଥାନରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନର ଉଲ୍ଲଙ୍ଘନ କରାଯାଉଥିବାର ରିପୋର୍ଟ ହସ୍ତଗତ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପତ୍ର ଲେଖାଯାଇଛି। ମନ୍ତ୍ରଣାଳୟର ଗାଇଡଲାଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ଲାଗି ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଜରୁରି ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଏଥିରେ କୁହାଯାଇଛି।

ଗୃହ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ ବିଭିନ୍ନ ଜୋନ ନିର୍ଦ୍ଧାରଣ କରିବା ଏବଂ କଟକଣା ଲାଗୁ କରିବା କିମ୍ବା କଟକଣା କୋହଳ କରିବାର କ୍ଷମତା ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗାଇଡଲାଇନକୁ ପାଳନ କରି କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବା ଏବଂ ଏହିସବୁ ଅଞ୍ଚଳରେ ଅବରୋଧ ପଦକ୍ଷେପକୁ ପ୍ରଭାବୀ ଢଙ୍ଗରେ କାର୍ୟ୍ୟକାରୀ କରିବା ଲାଗି ଗୃହମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୂଚୀତ କରାଯାଇଛି। ଉଲ୍ଲଙ୍ଘନ କ୍ଷେତ୍ରରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏଥିରେ କୁହାଯାଇଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ପତ୍ରରେ ରାତ୍ରିକାଳୀନ କର୍ଫ୍ୟୁକୁ କଡ଼ାକଡ଼ି ଲାଗୁ କରିବା ଲାଗି କୁହାଯାଇଛି। ସେହିପରି ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ସଂକ୍ରମଣ ବିପଦକୁ ଅବରୋଧ କରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ଏସବୁ ଆଦେଶର ଅନୁପାଳନକୁ କଡ଼ାକଡ଼ି ଭାବେ ଲାଗୁ କରିବା ଉଚିତ। କୋଭିଡ-୧୯ ମୁକାବିଲା ଲାଗି ଜାତୀୟ ସ୍ତରରେ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ କଡ଼ାକଡ଼ି ଲାଗୁ କରିବା ଆବଶ୍ୟକ। ଏହା ସେମାନଙ୍କର ଦାୟିତ୍ଵ । ସେହିପରି କାର୍ୟ୍ୟସ୍ଥଳୀ, ଯାନବାହନରେ ଯାତ୍ରା ଏବଂ ସର୍ବସାଧାରଣ ସ୍ଥାନରେ ଲୋକମାନେ ମାସ୍କ ପିନ୍ଧିବା, ସ୍ଵଚ୍ଛତା ଓ ପରିମଳ ପ୍ରତି ଧ୍ୟାନ ଦେବା ଆଦିକୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଜରୁରି ।

Advertisement