କନ୍ଧମାଳ, ୨୨/୦୫,(ସୁରେଶ ପଣ୍ଡା):କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ର ପ୍ରେମଝରି ଅଙ୍ଗନୱାଡ଼ି କେନ୍ଦ୍ରରେ ଟୀକାକରଣ ଅନୁଷ୍ଠିତ ହେଇଯାଇଛି । ଏହି ଟୀକାକରଣ ଦୁତିମେଣ୍ଡି ପଞ୍ଚାୟତ ର ଏଏନଏମ୍ ସବିତା ମହାନ୍ତି ଙ୍କ ନେତୃତ୍ୱରେ ଦୁତିମେଣ୍ଡି ନାୟକ ସରପଞ୍ଚ ରଶ୍ମିତା ଦିଗାଲ ଙ୍କ ଉପସ୍ଥିତରେ ହେଇଯାଇଛି । ଏହି ଟୀକାକରଣ ରେ ଡଙ୍କେଣି, ଲମ୍ବାଗୁଡ୍ରି ଓ ପ୍ରେମଝରି ଅଙ୍ଗନବାଡ଼ି ର ସମୁଦାୟ ଚାରୋଟି ଗର୍ଭବତୀ ମା ମାନଙ୍କୁ ଟିଟି ଦେବାସହିତ କୁନି କୁନି ଆଠଟି ଶିଶୁ ମାନଙ୍କୁ ପେଣ୍ଟା, ରୋଟା ଓ ପିଭି ଦିଆଯାଇଛି । ଏହି ଟୀକାକରଣ ରେ ଡଙ୍କେଣି ଅଙ୍ଗନବାଡ଼ି କର୍ମୀ ସସିମତି ବେହେରା, ପ୍ରେମଝରି ଅଙ୍ଗବାଡ଼ି କର୍ମୀ ମିନତୀ ନାୟକ ଏବଂ ଲମ୍ବାଗୁଡ୍ରି ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳି କଂହର ଯୋଗଦେଇ ଏହି ଟୀକାକରଣ ଟି ସୁଚାରୁରୂପେ ତୁଲେଇ ଥିବାବେଳେ ଆଶା କର୍ମୀ ତ୍ରିପୁରା ଦିଗାଲ ଓ ସୌଦାମିନି କଂହର ସହଯୋଗ କରିଛନ୍ତି ।





















