Tuesday, September 22, 2026
ADVERTISEMENT
Home ବାଲେଶ୍ଵର ଅମ୍ଫାନ ବାତ୍ଯାରେ ଗଛପଡି ଗୃହ ନଷ୍ଟ

ଅମ୍ଫାନ ବାତ୍ଯାରେ ଗଛପଡି ଗୃହ ନଷ୍ଟ

277
ADVERTISEMENT

ବାଲେଶ୍ଵର,୨୧-୦୫(ନରେନ୍ଦ୍ର ପ୍ରସାଦ ବେହେରା):ଅମ୍ଫାନ ବାତ୍ଯା ଅତି ଭୟଙ୍କର ଭାବରେ ସ୍ଥଳଭାଗ ଆଡକୁ ମାଡିମାଡି ଆସୁଥିବା ବେଳେ ରାଜ୍ୟରେ ବର୍ଷା ପଵନ ଆରମ୍ଭ ହୋଇଯାଇଛି । ଜିଲ୍ଲାର ବିପଦପୂର୍ଣ୍ଣ ସ୍ଥାନରୁ ପ୍ରସାଶନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ଲାଗିପଡିଛି । ବାତ୍ଯା ଅମ୍ଫାନରେ ଯେପରି କାହାରି କିଛି କ୍ଷୟକ୍ଷତି ନ ହେଉ ସେଥିପ୍ରତି ଜିଲ୍ଲା ପ୍ରଶାସନ ନଜର ରଖିଛି । ଜିଲ୍ଲାରେ ଧିରେ ଧିରେ ପବନର ବେଗ ବଢୁଥିବା ବେଳେ ଆଜି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତ ଶ୍ରୀରାମପୁର (ରୁଢିଙ୍ଗିଆ) ଗ୍ରାମର ଗୋବିନ୍ଦ ନାୟକଙ୍କ ଘର ଉପରେ ଏକ ଆମ୍ବଗଛ ଉପୁଡି ପଡିଯିବାରୁ ଶ୍ରୀ ନାୟକଙ୍କ ଆଜବେଷ୍ଟ ବାସଗୃହଟି ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି । ଗଛ ପଡିବା ଭୟରେ ପରିବାର ଲୋକେ ଘରୁ ବାହାରି ଆସି ପଡୋଶୀଙ୍କ ଘରେ ରଘୁଥିବା ଅବସ୍ଥାରେ ଘଟଣା ଘଟିଥିଲା । ଅନ୍ଯ କୌଣସି ଜୀବଙ୍କର କିଛି କ୍ଷତି ହୋଇନଥିବାର ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଦମକଳ ବାହିନୀ ଖବର ପାଇଥିଲେ ମଧ୍ୟ ରାସ୍ତାରେ ଗଛପଡିଥିବାରୁ ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ପାରିନାହାଁନ୍ତି । ସେହିପରି କୃଷ୍ଣଦାସପୁର ଗ୍ରାମର କମଳାକାନ୍ତ ସେଠୀଙ୍କ ଘର ଉପରେ କଦମ୍ବଗଛ ପଡିଯିବାରୁ ଗୃହଟି ନଷ୍ଟ ହୋଇଯାଇଛି । ଏଥି ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛପଡି ରାସ୍ତାରେ ଅବରୋଧ ହୋଇଥିବା ଖବରପାଇ ଦମକଳ ବାହିନୀମାନେ ରାସ୍ତା ପରିଷ୍କାର ଦିଗରେ ଲାଗିପଡି ଥିବାର ଖବରରୁ ଜଣାପଡିଛି ।

Advertisement