Friday, September 25, 2026
ADVERTISEMENT
Home କନ୍ଧମାଳ ଦେହ ଖରାପ ଥାଇ ମଧ୍ୟ ପ୍ରୟାସ ଜାରିରଖିଛନ୍ତି ଥାନା ଭାରପ୍ରାପ୍ତ ଅଧିକାରୀ ଓ ପ୍ରବେଶନାଲ ...

ଦେହ ଖରାପ ଥାଇ ମଧ୍ୟ ପ୍ରୟାସ ଜାରିରଖିଛନ୍ତି ଥାନା ଭାରପ୍ରାପ୍ତ ଅଧିକାରୀ ଓ ପ୍ରବେଶନାଲ ଡ଼ିଏସପି ପୁଣି ଭାଙ୍ଗିଲେ ୩ଟି ଭାଟି

1531
ADVERTISEMENT

କନ୍ଧମାଳ,୨୦-୦୫(ସୁରେଶ କୁମାର ପଣ୍ଡା):କରୋନା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ କିନ୍ତୁ ଏହାକୁ ଅବମାନନା କରି ଦିନକୁ ଦିନ ବଢ଼ି ଚାଲିଛି ଦେଶୀ ମଦ କାରବାର ଏଭଳି ଚାଲିଛି ବାଲିଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମରେ କିଛି ଦିନ ହେଲା ପୋଲିସ ଖବର ପାଇବା ପରେ ବହୁ ଜାଗାରେ ଜବତ କରିଥିବା ସତ୍ୱେ ମଧ୍ୟ ଏହାକୁ ବେଖାତିର କରି ବିସ୍ତାର କରିଚାଲିଛନ୍ତି ପୁଣି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି l ବାଲିଗୁଡ଼ା ଥାନା ଅନ୍ତର୍ଗତ କଟପଡ଼ି, ଇନ୍ଦିରାଜା ଓ କଟାରି ସାହିରେ ପୋଲିସ ଖବର ପାଇ ସେଠାରେ ପହଞ୍ଚି ୪୦୦୦ହଜାର ଲିଟର ପୋଚ ସହ ୧୦୦ଲିଟର ଦେଶୀ ମହୁଲି ମଦ ଜବତ କରିଛନ୍ତି ଏହାକୁ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା, ପ୍ରବେଶନାଲ ଡ଼ିଏସପି ମନୋଜ ପୂଜାରୀ ତିଆରି କରାଯାଉଥିବା ଭାଟିକୁ ଭାଙ୍ଗିବା ସହ ହାଣ୍ଡି, ପ୍ଲାଷ୍ଟିକ ଯାର, କାଠ, ଜବତ ହୋଇଛି ଓ ଜଣକୁ ଗିରଫ କରାଯାଇଛି ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଦେହ ଖରାପ ଥାଇ ମଧ୍ୟ ପ୍ରୟାସ ଜାରିରଖିଛନ୍ତି ରାନ୍ଧୁ ଥିବା ଓ ଗିରଫ ହୋଇଥିବା ଲୋକ ନାମରେ ୨ଟି ମାମଲା ୧୦୧/୧୦୨ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ଏହି ଚଢ଼ାଉରେ ପ୍ରବେଶନାଲ ଡ଼ିଏସପି, ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ,ଉପ ଅଧିକାରୀ ସଞ୍ଜୟ ପ୍ରଧାନଙ୍କ ସମେତ ଥାନା କର୍ମଚାରୀ ଓ ଭଗାମୁଣ୍ଡା ମା ଠାକୁରାଣୀ ନାରୀସଂଘଙ୍କର ସଭ୍ୟାଙ୍କ ସହଯୋଗ କରିଥିଲେ ଏହା ରନ୍ଧା ବହୁ ବହୁ ଦିନ ହେଲା ଚାଲିଥିଲା ଏହାକୁ ଚଢ଼ାଉ କରିଥିବାରୁ କନ୍ଧମାଳ ଜିଲ୍ଲାରେ ଆଲୋଚନାର ବିଷୟ ପାଲଟିଛି l

Advertisement