
କନ୍ଧମାଳ,୧୮-୦୫(ସୁରେଶ କୁମାର ପଣ୍ଡା):ଲକଡାଉନ ଯୋଗୁଁ ବିଭିନ୍ନ ଜିଲ୍ଲାରେ ହେଉ କି ରାଜ୍ୟରେ ପ୍ରବାସୀ ଓଡ଼ିଆ ରହିଯାଇଛନ୍ତି ପ୍ରବାସୀ ଓଡ଼ିଆଙ୍କ ଆସିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଥିବାରୁ ପ୍ରବାସୀ ନିଜ ଘରକୁ ଫେରିପାଉଛନ୍ତି ଏହା ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ୯ଜଣ ପ୍ରବାସୀ, ଦାରିଙ୍ଗବାଡିର ଜଣେ ପ୍ରବାସୀ ଓ ମାଲକାନଗିରି ଜିଲ୍ଲାର ଜଣେ ପ୍ରବାସୀ ସୁନ୍ଦରଗଡ଼ ଜିଲ୍ଲା କୁଆରୀମୁଣ୍ଡାରୁ ଏକ ବସ ଯୋଗେ ବାଲିଗୁଡ଼ା ପୀଡ଼ବ୍ଲୁଡ଼ି ଛକରେ ପହଞ୍ଚିଥିଲେ ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର ପ୍ରବାସୀ ମାନଙ୍କ ପାଖରେ ପହଞ୍ଚି ଏମାଙ୍କ ଟେଷ୍ଟ ରିପୋଟ ଚେକ କରିବାସହ ସଂଘ ରୁଦ୍ଧ ଗୃହରେ ରହିବା ନିମନ୍ତେ କୁହାଯିବା ସହ କଣ କରିବାକୁ ହେବ ତାହା ମଧ୍ୟ ସଚେତନ କରାଇଥିଲେ ପ୍ରବାସୀଙ୍କୁ ନିଜ ଘରକୁ ଯିବା ପାଇଁ ବାଲିଗୁଡ଼ା ତହସିଲଦାର କ୍ଷିରବ୍ଧତନ୍ନୟା ସାହୁ ଜରୁରୀ କାଳୀନ ଅଟୋ ସେବାର ସଭାପତି ଡକାଇ ବ୍ୟବସ୍ଥା କରି ପଠାଯାଇଥିଲା l





















