ବଲାଙ୍ଗୀର,୧୭/୫(ସୁନିଲ ତ୍ରିପାଠୀ):ବଲାଙ୍ଗୀର ନୂଆପାଲିର ସୁରଥ ସାହୁ ନାମକ ଜଣେ ଯୁବକକୁ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ସମୟରେ ବିଷାକ୍ତ ଜୀବ ଝିଟିପିଟି କାମୁଡି ଦେଇଥିବା ପରିବାର ଲୋକ କହିଥିଲେ।ପରିବାର ଲୋକଙ୍କ କହିବା ଅନୁସାରେ ସୁରଥ ଶୋଇଇଥିବା ବେଳେ ବିଷାକ୍ତ ଜୀବ ଝିଟିପିଟି କାମୁଡି ଥିବା ଯୋଗୁଁ ସୁରଥ ସାହୁ ବିଚଳିତ ହୋଇ ଉଠିଥିଲା। ତାପରେ ତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଏକ ଅଟୋ ଜୋଗେ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ରେ ପହଞ୍ଚାଇ ଥିଲେ। ଏବଂ ଡାକ୍ତର ଆସି ଦେଖିଲା ବେଳକୁ ସୁରଥଙ୍କର ମୃତ୍ୟୁ ହୋଇ ସାରିଥିଲା। ଶବ ବ୍ୟବଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମେଡିକାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି।




















