Friday, September 18, 2026
ADVERTISEMENT
Home କନ୍ଧମାଳ ଖଜୁରୀପଡ଼ା ବ୍ଲକ କୁ ଫେରିଲେଣି ୫୯ ପ୍ରବାସୀ

ଖଜୁରୀପଡ଼ା ବ୍ଲକ କୁ ଫେରିଲେଣି ୫୯ ପ୍ରବାସୀ

890
ADVERTISEMENT

ଖଜୁରୀପଡ଼ା,୧୫-୫(ଅନନ୍ତ କୁମାର ଦିଗାଲ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ୧୪ ଗୋଟି ଗ୍ରାମପଞ୍ଚାୟତ ରେ ପ୍ରସ୍ତୁତ ହୋଇଛି ୧୯ ଗୋଟି କ୍ୱାରେଣ୍ଟିନ କେନ୍ଦ୍ର।ହେଲେ ଆଜି ସୁଦ୍ଧା ବିଭିନ୍ନ ରାଜ୍ୟ ରୁ ସମୁଦାୟ ୫୯ ଜଣ ସରକାରୀ ସ୍ତରରେ ଆସି ବିଭିନ୍ନ ସଙ୍ଗ ରୋଧ କେନ୍ଦ୍ର ରେ ରହିଛନ୍ତି। ଖଜୁରୀପଡ଼ା ସ୍ଥିତ ଗାଡିଆପଡ଼ା ଆଶ୍ରମ ବିଦ୍ୟାଳୟ ଠାରେ ସୁରାଟ ଫେରନ୍ତା ୯ ଜଣ ରହିଥିବା ବେଳେ ଗୁଜୁରାଟ ଅହମଦାବାଦ ରୁ ଆସିଥିବା ୨୦ଜଣ ରାଣି ପଥର ଓଡିଶା ଆବାସିକ ବିଦ୍ୟାଳୟ ରହିଛନ୍ତି। ପିରିକୁଡ଼ି୧୦୦ସିଟ ବିଶିଷ୍ଟ ବାଳିକା ଆଶ୍ରମ ବିଦ୍ୟାଳୟ ରେ ତେଲେଙ୍ଗାନା ରୁ ଆସିଥିବା ୭ ଜଣ ରହିଥିବା ବେଳେ ଉତ୍ତରାଖଣ୍ଡ ହରିଦ୍ଵାର ରୁ ଆସିଥିବା ୧୨ ଜଣ ତିର୍ଥଯାତ୍ରୀ ରହିଥିବା ବେଳେ ସୁଡ୍ରୁକୁମ୍ପା କ୍ୱାରେଣ୍ଟିନ କେନ୍ଦ୍ର ରେ ମଧ୍ୟପ୍ରଦେଶର ରୁ ୧୧ ଜଣ ରାଜ୍ଯ ବାହାର ଫେରନ୍ତା ରହିଛନ୍ତି।ସେହିଭଳି ଆହୁରି ଅନେକ ରାଜ୍ଯ ଫେରନ୍ତା ଆସିବାକୁ ଥିବାବେଳେ ସମସ୍ତ କ୍ୱାରେଣ୍ଟିନ କେନ୍ଦ୍ର ରେ ସମସ୍ତ ସୁବ୍ୟବସ୍ଥା ହୋଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର ସୁଚନା ପ୍ରଦାନ କରିଛନ୍ତି।

Advertisement