ନୂଆଦିଲ୍ଲୀ,୧୪-୦୫(ଡିଏଚ): ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଫଖରୁଦ୍ଦିନ ଅଲି ଅହମଦଙ୍କ ଜନ୍ମ ବାର୍ଷିକୀରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ଫଖରୁଦ୍ଦିନ ଅଲି ଅହମଦଙ୍କ ଫଟୋଚିତ୍ର ସମ୍ମୁଖରେ ରାଷ୍ଟ୍ରପତି ତାଙ୍କ ସମ୍ମାନ ଜଣାଇଛନ୍ତି ।





















