Wednesday, September 23, 2026
ADVERTISEMENT
Home ନବରଙ୍ଗପୁର ଦୁଇ ପ୍ରବାସୀ ଓଡ଼ିଆ ଙ୍କ ମଧ୍ୟରେ ହାଇଦ୍ରାବାଦ ଠାରେ ପରସ୍ପର ସହ କଳହ ରୁ...

ଦୁଇ ପ୍ରବାସୀ ଓଡ଼ିଆ ଙ୍କ ମଧ୍ୟରେ ହାଇଦ୍ରାବାଦ ଠାରେ ପରସ୍ପର ସହ କଳହ ରୁ ହତ୍ୟାକାଣ୍ଡ

297
ADVERTISEMENT

ନବରଙ୍ଗପୁର,୧୧.୫ (ସୁନୀଲ କୁମାର ଦାଶ) : କୋଷlଗୁମୁଡ଼ା ବ୍ଲକ ର ଏସ. କେରାଗାଁ ଗ୍ରାମ ର ଦୁଇ ବାସିନ୍ଦା ଙ୍କ ମଧ୍ୟ ରେ ଦ୍ଵନ୍ଦ ଯାଗୁଁ ହାଇଦ୍ରାବାଦ ଠାରେ ଘଟିଛି ଏକ ହତ୍ୟାକାଣ୍ଡ l ସୂଚନା ଅନୁଯାୟୀ ଉକ୍ତ ଶ୍ରମିକ ସବୁ ଦୁଇ ମାସ ପୂର୍ବେ ଜନତା କର୍ଫ୍ୟୁ ପୂର୍ବରୁ ହାଇଦ୍ରାବାଦ ର ଗୋଟିଏ ଘେIରଇ କନଷ୍ଟ୍ରକସନ କମ୍ପାନୀ ରେ କାମ କରିବାକୁ ଯାଇଥିଲେ l କୌଣସି କାରଣ ରୁ ଦୁଇଜଣ ଶ୍ରମିକ ଯଥା ଏସ. କେରାଗାଁ ନିବାସୀ ଜୟରାମ ରାଉତ ଏବଂ ଚାଟଲାହାଣ୍ଡି ନିବାସୀ ମୁକୁନ୍ଦ ରନ୍ଧାରୀ ଙ୍କ ମଧ୍ୟ ରେ ଝଗଡ଼ା ହୋଇଥିଲା ଏବଂ ଅଭିଯୁକ୍ତ ମୁକୁନ୍ଦ ରନ୍ଧାରୀ ଜୟରାମ ରାଉତ କୁ ହତ୍ୟାକରିଥିଲl ଏବଂ ସେଠୁ ଫେରାର ହୋଇଯାଇଥିଲ l ହାଇଦ୍ରାବାଦ ପୋଲିସ ଦ୍ୱାରା କେସ ଫାଇଲ ହୋଇ ଶବ ବ୍ୟବଛେଦ ହେଲା ପରେ କେତେକ ଗ୍ରାମର ଶ୍ରମିକ ସହ ଆମ୍ବୁଲାନ୍ସ ଯୋଗେ ଏସ. କେରାଗାଁ ନିଜ ଭିଟା ମାଟି କୁ ପଠା ଯାଇଛି ଏବଂ ଓଡିଶା ପୋଲିସ ଏବଂ ପ୍ରଶାସନ ଦ୍ୱାରା ରେ ଆସିଥିବା ଦାଦନ ଶ୍ରମିକ ଙ୍କୁ ନିକଟସ୍ଥ କ୍ୱାରନଟାଇନ ସେଣ୍ଟର କୁ ପଠା ଯାଇଛି l କୋରାନl ଭୁତାଣୁ ର ଭୟାବହ ସ୍ଥିତି ନଜରରେ ରଖି ଶବର ଅନ୍ତିମ କ୍ରିୟା କରିବା ପାଇଁ କୋସାଗୁମୁଡା ପୋଲିସ ପକ୍ଷ ରୁ କାର୍ଯ୍ୟ ଚାଲିଛି l

Advertisement