ନବରଙ୍ଗପୁର,୯।୭(ଡ଼ି.ଏଚ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨ ବର୍ଷର ନାବାଳକ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଶିଶୁ କନ୍ୟାଟି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବାବେଳେ ପୋଲିସ ଏହି ମାମଲାରେ ଅଭିଯୁକ୍ତ ନାବାଳକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

















