କନ୍ଧମାଳ,୧୦-୦୫(ସୁରେଶ କୁମାର ପଣ୍ଡା): ବାଲିଗୁଡ଼ା ଥାନାର ବିଭିନ୍ନ ଜାଗାରେ ଦେଶୀ ଭାଟି ଭାଙ୍ଗିବା ସହ ମହୁଲି ଜବତ କରିବା ସହ ୨ ମହିଳାଙ୍କ ସମେତ ୨ ପୁରୁଷଙ୍କୁ ଗିରଫ କରାଯାଇଛି I ଏହି ଭାଟି ବାଲିଗୁଡ଼ା ଥାନା ଅନ୍ତର୍ଗତ ଏକ ଘାଇରେ ବହୁ ବର୍ଷରୁ ରନ୍ଧା ଯାଉଥିଲା ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଖବର ପାଇ ଚଢ଼ାଉ କରିଥିଲେ I ରାନ୍ଧହେଉଥିବା ଭାଟି କୁ ଭାଙ୍ଗିବା ସହ ଲକ୍ଷ ଲକ୍ଷ ଟଙ୍କାର ପୋଚ, ଶହେ ଲିଟରରୁ ଅଧିକ ମହୁଲି ଜବତ କରିବାସହ ବାଲିଗୁଡ଼ା ପଣସପଡ଼ିର ବେହେର ଦଳେଇ ଓ ୨ ମହିଳା ଗୀତା ବେହେରା ଓ ରତେଇ ପାତ୍ର ଓ ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ନାମରେ ଏକାମାମଲା 93, 94/20 ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି Iଏହି ପ୍ରାୟସ ଜାରି ରହିବ ବୋଲି କହିଛନ୍ତି ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା ସୂଚନା ଦେଇଛନ୍ତି I





















