Thursday, November 5, 2026
ADVERTISEMENT
Home ଖୋର୍ଦ୍ଧା ଗଞ୍ଜାମ ସ୍ଥିତି ସମୀକ୍ଷା କଲେ ବାଚସ୍ପତି, ଆଉ ଏକ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରିବାକୁ ପ୍ରସ୍ତାବ...

ଗଞ୍ଜାମ ସ୍ଥିତି ସମୀକ୍ଷା କଲେ ବାଚସ୍ପତି, ଆଉ ଏକ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଲେ

350
ADVERTISEMENT

ବ୍ରହ୍ମପୁର,୧୦-୦୫(ହିମାଂଶୁ ପାଢୀ): ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରବିବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ, ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ଗଞ୍ଜାମ ଜିଲ୍ଲାରେ କରୋନା ଭାଇରସ୍କୁ ନେଇ ବୃଦ୍ଧି ପାଉଥିବା ସ୍ଥିତି ପରଖିଛନ୍ତି । ଗଞ୍ଜାମରେ ଆଉ ଏକ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ବାଚସ୍ପତି ଶ୍ରୀ ପାତ୍ର ଏହି ଅବସରରେ ପ୍ରସ୍ତାବ ଦେଇଛନ୍ତି । ଜିଲ୍ଲାରେ ୨୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଥିବା ବେଳେ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲାଣି । ଏହି ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ହସ୍ପିଟାଲ ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦିଆଯାଉ ବୋଲି ସେ କହିଛନ୍ତି । ଜିଲ୍ଲାକୁ ବହୁ ସଂଖ୍ୟରେ ପ୍ରବାସୀ ଆସୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଖୁବଶୀଘ୍ର ଆଉ ଏକ ହସ୍ପିଟାଲ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଉ ବୋଲି ଶ୍ରୀ ପାତ୍ର କହିଛନ୍ତି । ଏହାସହ ଗ୍ରାମାଞ୍ଚଳରୁ ଦୂରରେ କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରତିଷ୍ଠା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । କରୋନା ମୁକାବିଲାକୁ ନେଇ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି ଏବଂ ଏଥିପାଇଁ ପ୍ରଶଂସାର ହକଦାର ବୋଲି ଶ୍ରୀ ପାତ୍ର କହିଛନ୍ତି । ବୈଠକ ପରେ ସୂଚନା ଦେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୪୦ ହଜାର ଲୋକ କ୍ୱାରେଣ୍ଟାଇନରେ ଅଛନ୍ତି । ଜିଲ୍ଲାକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି । ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ୨ହଜାର ୯୮୩ଟି କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରସ୍ତୁତ ହୋଇ ରହିଛି । କ୍ୱାରେଣ୍ଟାଇନ୍ ସେଣ୍ଟର ନିକଟରେ ୧୪୪ ଧାରା ଜାରି କରାଯାଇଛି । ସଙ୍ଗରୋଧ କେନ୍ଦ୍ରରୁ ଯେପରି କେହି ଖସି ନଯିବେ ସେନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Advertisement