କନ୍ଧମାଳ, ୧୦/୦୫ (ସୁରେଶ କୁମାର ପଣ୍ଡା): ବାଲିଗୁଡ଼ା ପୋଲିସର ଅଚାନକ ମଦ ରାନ୍ଧା ହେଉଥିବା ସ୍ଥାନକୁ ଯାଇ ଭାଟି ଭାଙ୍ଗିବା ସହ ବିପୁଳ ପରିମାଣର ପୋଚ ନଷ୍ଟ କରିଥିବା ସହ ମହୁଲି ଜବତ କରିଛନ୍ତି ଏହା ଦେଖିବାକୁ ମିଳିଥିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗ ପଞ୍ଚାୟତ ପୁରୁଣାସାହିର ଜାରାଙ୍ଗ ଠାରେ ବହୁ ବର୍ଷ ହେଲା ସେଠାରେ ଦେଶୀ ମହୁଲି ରାନ୍ଧୁଥିଲେ ବାଲିଗୁଡ଼ା ପୋଲିସ ଖବର ପାଇ ସେଠାରେ ପହଞ୍ଚି ଏହି ଭାଟିକୁ ଭାଙ୍ଗିବା ସହ ପୋଚ ନଷ୍ଟ କରିଥିଲେ ଏହା ସହ ଗୋଟିଏ ସାଇକଲ, ଟାଙ୍ଗିଆ ଦୁଇଟି, ହାଣ୍ଡି ଜବତ କରିଛନ୍ତି ମହୁଲୀକୁ ପୁରୁଣା ସାହି ଖଡ଼ଗ ନଦୀ ପାର ହୋଇ ୩ କିଲୋମିଟର ଗଲା ପରେ ରନ୍ଧା ହେଉ ଥିଲା ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମାମଲା ରୁଜୁ କରି ରାନ୍ଧୁ ଥିବା ଲୋକଙ୍କୁ ତଦନ୍ତ କରାଯିବ ବୋଲି କହିଛନ୍ତି





















