Friday, September 18, 2026
ADVERTISEMENT
Home ଜିଲ୍ଲା ଡାକ୍ତରୀ ପରୀକ୍ଷା ପାଇଁ କୋଚିଂ ନେବାକୁ ଯାଇଥିବା ଶହଶହ ଛାତ୍ରଛାତ୍ରୀ ରାଜସ୍ଥାନର କୋଟାରେ ଫସିଛନ୍ତି

ଡାକ୍ତରୀ ପରୀକ୍ଷା ପାଇଁ କୋଚିଂ ନେବାକୁ ଯାଇଥିବା ଶହଶହ ଛାତ୍ରଛାତ୍ରୀ ରାଜସ୍ଥାନର କୋଟାରେ ଫସିଛନ୍ତି

319
ADVERTISEMENT

ବଲାଙ୍ଗୀର,୨।୫(ସୁନିଲ ତ୍ରିପାଠୀ): ଲକଡାଉନ(ତାଲାବନ୍ଦ) ପରଠାରୁ ରାଜସ୍ଥାନର କୋଟାରେ ଫସିଛନ୍ତି ମେଡିକାଲ୍‌ ପାଠ ପଢ଼ୁଥିବା ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ। ନିଜ ରାଜ୍ୟକୁ ଫେରିବାକୁ ସେମାନେ ସୋସିଆଲ୍‌ ମିଡିଆ ଜରିଆରେ ବହୁବାର ଅନୁରୋଧ କରୁଛନ୍ତି। ସର୍ବନିମ୍ନ ମୌଳିକ ସୁବିଧା ମିଳୁନଥିବାରୁ ସେମାନେ ସେଠାରେ ବହୁ ଅସୁବିଧାରେ ଦିନ କାଟୁଛନ୍ତି।

ରାଜସ୍ଥାନ ର କୋଟାରେ ଡାକ୍ତରୀ ପରୀକ୍ଷା ପାଇଁ କୋଚିଂ ନେବାକୁ ଯାଇଥିଲେ ଶହଶହ ଛାତ୍ରଛାତ୍ରୀ । କରୋନା ଆରମ୍ଭ ହେବା ପରେ ସବୁ କିଛି ଲକଡାଉନ ହୋଇପଡିଛି ଏହି କୋମଳମତି ଛାତ୍ରଛାତ୍ରୀଙ୍କର । ପାଠ ପଢାତ ଦୂରର କଥା, କରୋନା ସଂକ୍ରମଣ ଛାନିଆରେ ଦାନା ଛାଡିଦେଲେଣି ଅନେକ ପିଲା । ମାନସିକ ସନ୍ତୁଳନ ସେମାନଙ୍କର ବିଗିଡ଼ିଗଲାଣି। ଏ ନେଇ ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ସରକାର ତତ୍ପର ହୋଇଛନ୍ତି। ରାଜସ୍ଥାନ କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ଲାଗି ରାଜ୍ୟ ସରକାର ସଂପୃକ୍ତ ରାଜ୍ୟ ସହ କଥା ହେବେ। ଏଥିପାଇଁ ଦୁଇଜଣ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ସେମାନେ ନିଜ ଖର୍ଚ୍ଚରେ ହିଁ ଆସିବେ। ଖୁବଶୀଘ୍ର ଏ ନେଇ ରାଜସ୍ଥାନ ସରକାରଙ୍କ ସହ ଆଲୋଚନା ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କୋଟାରେ ଓଡ଼ିଶା ପିଲାଙ୍କ ଦୁଖ ସାମାଜିକ ଗଣମାଧ୍ୟମରେ ଦେଖି ଆଜି ବଲାଙ୍ଗୀର ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ଅଭିଭାବକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ଛାତ୍ର ଛାତ୍ରୀ ମାନେ ବହୁତ ଅସୁବିଧାରରେ ଦିନକାଟୁ ଥିବାରୁ ସେମାନଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ଚିଠମାଧ୍ୟମରେ ଅନୁରୋଧ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଅରିଂଦମ ଡାକୁଆ ସୂଚନା ଦେଇଛନ୍ତି।

Advertisement