Friday, September 18, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀର ଲିଖିରିଆ ଗାଁର ଦୁଇଜଣ ଯୁବକ କରୋନା ପଜିଟିଭ ଚିହ୍ନଟ

ବଲାଙ୍ଗୀର ଲିଖିରିଆ ଗାଁର ଦୁଇଜଣ ଯୁବକ କରୋନା ପଜିଟିଭ ଚିହ୍ନଟ

320
ADVERTISEMENT

ବଲାଙ୍ଗୀର,୨।୫(ଦେବବ୍ରତ ଗୁରୁ) : ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ୍‌ ରୁଷୁଡା ପଞ୍ଚାୟତର ଲିଖିରିଆ ଗାଁର ଦୁଇଜଣ ଯୁବକ ଶୁକ୍ରବାର କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଜିଲା ସ୍ବାସ୍ଥ୍ୟ ବିଭାଗର ଟିମ୍‌ ସହ ରାପିଡ୍‌ ଆକ୍ସନ ଟିମ୍‌, ପୋଲିସ ପ୍ରଶାସନ ଲିଖିରିଆରେ ପହଂଚିଥିଲେ । ଦୁଇ କରୋନା ସଂକ୍ରମିତଙ୍କ ସଂସ୍ପର୍ଶ ତାଲିକା (କଣ୍ଟାକ୍ଟ ଲିଷ୍ଟ) ଓ ଭ୍ରମଣ ତାଲିକା (ଟ୍ରାଭେଲ ଲିଷ୍ଟ ) ସଂଗ୍ରହ କରାଯାଉଛି। ଅନ୍ୟପକ୍ଷେ ଗାଁରେ ସ୍ବାବ୍‌ ସଂଗ୍ରହକାରୀ ଟିମ୍‌ ମଧ୍ୟ ପହଁଞ୍ଚିଛନ୍ତି । ସେମାନେ ସମସ୍ତ ଗ୍ରାମବାସୀଙ୍କଠାରୁ ସ୍ବାବ୍‌ ସଂଗ୍ରହ କରିବେ। ସମସ୍ତ ସ୍ବାବ୍‌କୁ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯିବ। ଦୁଇ ସଂକ୍ରମିତ ଯୁବକ ତାମିଲନାଡୁରୁ ଫେରି ମାର୍ଚ୍ଚ ୧୭ ତାରିଖରେ ଗାଁରେ ପହଞ୍ଚିଥିଲେ । ଗତ ଏପ୍ରିଲ ୨୮ ତାରିଖ ଉଭୟ ଯୁବକଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସ୍ବାବ୍‌ ପଜିଟିଭ ବାହାରିବା ପରେ ଏହି ଗାଁକୁ ସିଲ୍‌ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ଜିଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଲିଖିରିଆ ଗାଁରେ ଏବେ ରାପିଡ୍‌ ଆକ୍ସନ ଟିମ୍‌, ଭୀମ ଭୋଇ ମେଡିକାଲ କଲେଜର ଏକ ଡାକ୍ତରୀ ଦଳ, ପୋଲିସ ପ୍ରଶାସନ ଓ ଜିଲା ପ୍ରଶାସନିକ ଅଧିକାରୀମାନେ ପହଞ୍ଚତ୍ ଆନୁସଙ୍ଗିକ ବ୍ୟବସ୍ଥା ତଦାରଖ କରିଛନ୍ତି। ୨୦୧୧ ଜନଗଣନା ଅନୁସାରେ ୨ ୱାର୍ଡ ବିଶିଷ୍ଟ ଲିଖିରିଆ ଗାଁର ଜନସଂଖ୍ୟା ୧୧୨୩ ଜଣ ବୋଲି ଜଣାପଡିଛି।

Advertisement