Tuesday, September 22, 2026
ADVERTISEMENT
Home ଜାତୀୟ ଚଳଚ୍ଚିତ୍ର ଅଭିନେତା ଇରଫାନ ଖାନ୫୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ

ଚଳଚ୍ଚିତ୍ର ଅଭିନେତା ଇରଫାନ ଖାନ୫୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ

602
ADVERTISEMENT

ମୁମ୍ୱାଇ, ୨୯/୦୪ (ବ୍ୟୁରୋ) : ଇରଫାନ ଖାନ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଚଳଚ୍ଚିତ୍ର ଅଭିନେତା ବୁଧବାର ଦିନ ଦେହାନ୍ତ ହୋଇଯାଇଛି। ଇରଫାନ ଖାନ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ୫୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି। ଇରଫାନ୍ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କୁ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିମ୍ବଦନ୍ତୀ କଳାକାରଙ୍କ ବିୟୋଗରେ ବଲିଉଡରେ ଶୋକର ବାତାବରଣ ଖେଳିଯାଇଛି | ହସ୍ପିଟାଲର ବିବୃତ୍ତି ଅନୁଯାୟୀ, ଇରଫାନ୍ ଖାନ୍ ପେଟ ଜନିତ ସମସ୍ୟା ସହ ସଂଘର୍ଷ କରୁଥିଲେ, ତାଙ୍କର କୋଲନ୍ ସଂକ୍ରମଣ ହୋଇଥିଲା। ଫିଲ୍ମ ନିର୍ଦ୍ଦେଶକ ସୁଜିତ ସରକାର ପ୍ରଥମେ ଇରଫାନ ଖାନଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ, ଯାହା ପରେ ଡାକ୍ତରଖାନା ପକ୍ଷରୁ ମୃତ୍ୟୁ ଖବରକୁ ସ୍ପଷ୍ଟ କରାଯାଇଥିଲା ।

Advertisement