Friday, September 18, 2026
ADVERTISEMENT
Home ଜିଲ୍ଲା ଏନଜିଓ ତରଫରୁ ମାସ୍କ ଓ ସୁଖିଲା ଖାଦ୍ୟ ବଣ୍ଟଳ

ଏନଜିଓ ତରଫରୁ ମାସ୍କ ଓ ସୁଖିଲା ଖାଦ୍ୟ ବଣ୍ଟଳ

304
ADVERTISEMENT

ବାଲେଶ୍ଵର,୨୯।୪(ନରେନ୍ଦ୍ର ପ୍ରସାଦ ବେହେରା) : ସାମ୍ପ୍ରତିକ କରୋନା ମୁକାବିଲା ପାଇଁ ସରକାର ତଥା ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଚେତନ ପାଇଁ ଅଣ୍ଟାଭିଡିଥିବା ବେଳେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତର ପଣ୍ଡା ପରିବାର ନିଜସ୍ୱ ଏନଜିଓ ସଂସ୍ଥା ଉତ୍କଳ ପ୍ରଗତି ତରଫରୁ ଏହି ଅଞ୍ଚଳର ପ୍ରଥମ ଆଇ.ଆର.ଏସ. ଯେକି ଏବେ ଇନକମ୍ ଟେକ୍ସର ଡେପୁଟି କମିଶନର ଭାବେ ଦିଲ୍ଲୀରେ କାର୍ଯ୍ୟରତ ଆଶିଷ ପଣ୍ଡାଙ୍କ ସହଯୋଗରେ ସମାଜସେବୀ ଜଗଦୀଶ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ରଶ୍ମିପ୍ରଭା ପଣ୍ଡା ,କକା ଜୟକୃଷ୍ଣ ପଣ୍ଡା,ସୁଭାଶିଷ ପଣ୍ଡା, ସିଦ୍ଧାର୍ଥ ପଣ୍ଡା, ଆଲୋକ ପଣ୍ଡା, ଅଜୟ ବେହେରା, ମାୟାଧର ପାଣିଗ୍ରାହୀ ଓ କମଳକୃଷ୍ଣ ଦାଶ ପ୍ରମୁଖ ଖଇରା ଏବଂ ସିମୁଳିଆ ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ୮୦୦ ଗରିବ ଓ ଦୁଃଖୀ ପରିବାରକୁ ସୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଥିଲେ । ଏଭଳି ସାମାଜିକ କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ପଣ୍ଡା ଦମ୍ପତି ପ୍ରକାଶ କରିଛନ୍ତି । ଏଥିସହିତ କରୋନା ବାବଦରେ ବିଭିନ୍ନ ସଚେତନ ବାର୍ତ୍ତା ବି ପ୍ରଦାନ କରିଥିଲେ ।

Advertisement