Friday, September 18, 2026
ADVERTISEMENT
Home ଜିଲ୍ଲା ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ସଂଘ ଓ ଗଣ ଶିକ୍ଷକ ସଂଘର ୧୪୫ଜଣ ଶିକ୍ଷକ ଗୋଟିଏ...

ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ସଂଘ ଓ ଗଣ ଶିକ୍ଷକ ସଂଘର ୧୪୫ଜଣ ଶିକ୍ଷକ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

666
ADVERTISEMENT

ବଲାଙ୍ଗୀର,୨୯।୪(ସୁନିଲ ତ୍ରିପାଠୀ): ମହାମାରୀ କରୋନା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି। ଏହାର ମୁକାବିଲା ପାଇଁ ଏବେ ସରକାରୀ ଓ ବେସରକାରୀସ୍ତରରେ ପ୍ରୟାସ ଆରମ୍ଭ ହୋଇଛି । କରୋନା ମୁକାବିଲା ନେଇ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ସଂଘ ଓ ଗଣ ଶିକ୍ଷକ ସଂଘର ୧୪୫ଜଣ ଶିକ୍ଷକ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏହି ରିଲିଫ ଟଙ୍କା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୋଲାନାଥ କୁମ୍ଭାରକୁ ସୋମବାର ଚେକ୍‌ ମାଧ୍ୟମରେ ପ୍ରଦାନ କରିଛନ୍ତି। ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ସଭାପତି ବିମଲ ହାତି, ଜିଲା ସଭାପତି ଅମରେନ୍ଦ୍ର ବାଗ୍‌ ଓ କନିଷ୍ଠ ଶିକ୍ଷକ ସଂଘର ବ୍ଲକ ସଭାପତି ସପ୍ତମ ବେହେରାଙ୍କ ନେୃତ୍ୱରେ ଏହି ରିଲିଫ ଟଙ୍କା ପ୍ରଦାନ କରାଯାଇଛି।

Advertisement