Friday, September 18, 2026
ADVERTISEMENT
Home ଜିଲ୍ଲା ୭୧ଲିଟର ମଦ ଜବତ : ୧୧ଜଣଙ୍କୁ ଗିରଫ

୭୧ଲିଟର ମଦ ଜବତ : ୧୧ଜଣଙ୍କୁ ଗିରଫ

682
ADVERTISEMENT

ବଲାଙ୍ଗୀର,୨୮।୪(ଦେବବ୍ରତ ଗୁରୁ) : କୋଭିଡ଼ -୧୯ ଲକ୍‌ଡାଉନ କଟକଣା ଯୋଗୁ ମଦ ଦୋକାନରେ ତାଲା ଝୁଲୁଛି। ଏହାର ସୁଯୋଗ ନେଇ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଅଞ୍ଚଳରେ ରନ୍ଧା ମଦବେପାରୀ ସକ୍ରିୟ ହୋଇ ଉଠିଛନ୍ତି। ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୭୧ଲିଟର ମଦ ଜବତ କରିବା ସହ ୧୧ଜଣଙ୍କୁ ଗିରଫ କରିଛି।
ସୋମବାର ଟିଟିଲାଗଡ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଏ ନେଇ ସୂଚନା ଦେଇଛନ୍ତି। ଟିଟିଲାଗଡ ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ରବିବାର ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁର୍ଡିପଡା ସଂଲଗ୍ନ ଜଙ୍ଗଲରେ ଛଦ୍ମବେଶ ଧାରଣ କରି ଛକି ରହିଥିଲେ। ପୂର୍ବରୁ ଗାଡି ଶବ୍ଦ ଶୁଣି ଫେରାର ହୋଇ ଯାଉଥିବା ମଦବେପାରୀମାନେ ପୋଲିସକୁ ଚିହ୍ନି ନପାରି ଜାଲରେ ଫଶି ଯାଇଥିଲେ। ଜଙ୍ଗଲ ରାସ୍ତାରେ ପୋଲିସ ଟିମ୍‌ ୧୧ ଜଣଙ୍କୁ କାବୁ କରିଥିଲା।
ଅଭିଯୁକ୍ତମାନେ ହେଲେ ନିରଞ୍ଜନ ମାଝୀ, ସଦା ସାହୁ, ଗୋବିନ୍ଦ ସାହୁ, ସୁରେଶ ସାହୁ, ଅଲେଖ ମାଝୀ, ଗୋରେଖ ମାଝୀ, ନରହରି ସାହୁ, ଭୁଜ ସାହୁ, ରାମଦାଶ ବନଛୋର, ସନ୍ତୋଷ ମେହେର, ରାକେଶ ଜାଲ। ସେମାନଙ୍କ ବିରୋଧରେ ଦଫା ୫୨ (ଏ) ଏବଂ ଓଡିଶା ଅବକାରୀ ଆଇନ ୨୦୦୮ରେ ୮ଟି ବିଭିନ୍ନ ମାମଲା ରୁଜୁ କରାଯାଇ ସୋମବାର କୋର୍ଟଚାଲାଣ କରାଯାଇଛି। ବେଆଇନ ଭାବେ ମଦ ପ୍ରସ୍ତୁତ କରି ମହାମାରି କରୋନା ସମୟରେ ବ୍ୟବସାୟ ଚଳାଇଥିବା ବ୍ୟବସାୟୀଙ୍କ ବିରୋଧରେ ବ୍ୟାପକ ଚଢଉ କରାଯିବ ବୋଲି ଏସ୍‌ଡିପିଓ ଶତପଥୀ କହିଛନ୍ତି।

Advertisement