Friday, November 6, 2026
ADVERTISEMENT
Home ଜାତୀୟ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ ପକ୍ଷରୁ ସ୍ପଷ୍ଟୀକରଣ ସରକାରୀ କର୍ମଚାରୀଙ୍କୁ ମିଳୁଥିବା କୌଣସି ସୁବିଧା ବନ୍ଦ...

ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ ପକ୍ଷରୁ ସ୍ପଷ୍ଟୀକରଣ ସରକାରୀ କର୍ମଚାରୀଙ୍କୁ ମିଳୁଥିବା କୌଣସି ସୁବିଧା ବନ୍ଦ ହେବ ନାହିଁ

280
Representational Image
ADVERTISEMENT

ନୂଆଦିଲ୍ଲୀ, ୨୮/୦୪(ପିଆଇବି) : ହିନ୍ଦୀ ସମ୍ବାଦପତ୍ର ‘ହିନ୍ଦୁସ୍ତାନ’ରେ ପ୍ରକାଶ ପାଇଥିବା ଏକ ଖବର ସଂକ୍ରାନ୍ତରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫ୍ୟାକ୍ଟ ଚେକ ୟୁନିଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । କୋଭିଡ-୧୯ ସଂକ୍ରମଣ ମୁକାବିଲାକୁ ଆଖି ଆଗରେ ରଖି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏଲଟିସି, ଲିଭ ଏନକ୍ୟାସମେଂଟ, ଓଟିଏ ଏବଂ ମେଡ଼ିକାଲ ଭଳି ସୁବିଧା ମିଳିବ ନାହିଁ ବୋଲି ଏହି ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା । ସରକାରୀ କର୍ମଚାରୀଙ୍କ ପାଇଁ ଉପରୋକ୍ତ ସୁବିଧାସବୁ ବନ୍ଦ କରିବା ଲାଗି ସେପରି କୌଣସି ନିଷ୍ପତ୍ତି ନିଆଯାଇନାହିଁ । ତେଣୁ ଏହି ସମ୍ବାଦ ସମ୍ପୂର୍ଣ୍ଣ ଭୁଲ ଏବଂ ଆଧାରହୀନ ବୋଲି ପିଆଇବି ଫ୍ୟାକ୍ଟ ଚେକ ୟୁନିଟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।

Advertisement