Friday, September 18, 2026
ADVERTISEMENT
Home ଜିଲ୍ଲା ଟିଟିଲାଗଡ କୁବେର ସମାଜ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜିତ

ଟିଟିଲାଗଡ କୁବେର ସମାଜ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜିତ

544
ADVERTISEMENT

ବଲାଙ୍ଗୀର,୨୮।୪(ଦେବବ୍ରତ ଗୁରୁ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ କୁବେର ସମାଜ ପକ୍ଷରୁ ସ୍ଥାନୀୟ ରାମମନ୍ଦିର ନିକଟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୧୫ ମହିଳାଙ୍କ ସମେତ ୬୪ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଛନ୍ତି। ଛତିଶଗଡ ପଶ୍ଚିମ ଓଡିଶା କୁବେର ସମାଜ ସଭାପତି ରାମହରି ସାହୁ, ଟିଟିଲାଗଡ ସଭାପତି ବଂଶୀଧର ସାହୁ, ସମ୍ପାଦକ ଅନନ୍ତ ସାହୁ, ଉପସଭାପତି କୃଷ୍ଣଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ନୀଳମଣୀ ସାହୁ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ମେଗା ଶିବିରକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଉଦ୍‌ଘାଟନ କରିଥିଲେ।
ଟିଟିଲାଗଡ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡା. ସୁଜାତାରାଣୀ ମିଶ୍ର, ଡା. କୃଷ୍ଣଚନ୍ଦ୍ର ପାଲ, ଟିଟିଲାଗଡ ରେଡକ୍ରସ ରକ୍ତ ଭଣ୍ଡାର ବିଶେଷଜ୍ଞ ଗଜେନ୍ଦ୍ରନାଥ ରାଉତ, ଦିନେଶ ମଚ୍ଛଖଣ୍ଡ ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ସମାଜର ଯୁବମୋର୍ଚ୍ଚା ସମ୍ପାଦକ ସୋମନାଥ ସାହୁ, ମାନସ ସାହୁ, ମନୋଜ ପୃଷ୍ଟି, ବିଶ୍ୱନାଥ ସାହୁ, ମନୋଜ ସାହୁ, ମନୋରଞ୍ଜନ ସାହୁ ଏଥିରେ ସହାୟତା କରିଥିଲେ।

Advertisement