ବଲାଙ୍ଗିର,୪।୪(ଦେବବ୍ରତ ଗୁରୁ) : ବଲାଙ୍ଗୀର୍ ରେ ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ଏନେଇ ଆଜି
ବଲାଙ୍ଗିର କିସ କ୍ୟାମ୍ପସ ପରିସରରେ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କଳିଙ୍ଗ ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଭୁବନେଶ୍ୱର , ଓଡିଶା ମାଇନିଙ୍ଗ କର୍ପୋରେସନ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ହସପିଟାଲ ରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ରହିବ । ଆଜି କିସ୍, କିଟ୍ ଓ କିମ୍ସ ର ପ୍ରତିଷ୍ଟାତା ଡ. ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତି ରେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ କିମ୍ସ ର ସିଇଓ ଡ. ବିଷ୍ଣୁ ପାଣିଗ୍ରାହୀ ଏହି
ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ । ବଲାଙ୍ଗିର ର ଏହି କୋଭିଡ ହସ୍ପିଟାଲ କୁ କିମ୍ସ ଭୁବନେଶ୍ୱର ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରିଚାଳନା କରୁଥିବା ବେଳେ ଓଡିଶା ମାଇନିଙ୍ଗ କର୍ପୋରେସନ ଆର୍ଥିକ ଅନୁଦାନ ଯୋଗାଇ ଦେବେ । ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି , ସିଡିଏମଓ ଡା. ନାରାୟଣ ଥନାପତି ପ୍ରମୁଖ ଉପସ୍ଥିତ ଥିଲେ।




















