Saturday, September 19, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀରରେ କିଛି ସାଧରଣ ବ୍ୟକ୍ତି ଏକତ୍ରିତ ହୋଇ କିଛି ଅସହାୟଙ୍କୁ ଖାଦ୍ୟ ପ୍ରଦାନ

ବଲାଙ୍ଗୀରରେ କିଛି ସାଧରଣ ବ୍ୟକ୍ତି ଏକତ୍ରିତ ହୋଇ କିଛି ଅସହାୟଙ୍କୁ ଖାଦ୍ୟ ପ୍ରଦାନ

433
ADVERTISEMENT

ବଲାଙ୍ଗୀର,୩।୪( ଦେବବ୍ରତ ଗୁରୁ): ମଣିଷ ଏକ ସାମାଜିକ ପ୍ରାଣୀ। ସମାଜରେ ତାର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆମେ ରହୁଥିବା ସମାଜରେ ଏଭଳି କିଛି ଲୋକ ବା ଗୋଷ୍ଠୀ ଅଛନ୍ତି, ଯେଉଁମାନେ ବେଶ୍ ଅସହାୟ। ଖାଲି ସେତିକି ନୁହେଁ ସେମାନେ ଏକ ପ୍ରକାର ଅଦରକାରୀ ହୋଇ ରହି ଯାଇଛନ୍ତି। ଯାହା ସେମାନଙ୍କ ସ୍ଥିତି ଓ ପରିସ୍ଥିତିକୁ ଦେଖିଲେ ସହଜରେ ଅନୁମାନ କରାଯାଇପାରେ। ଏହାର ନଗ୍ନ ଉଦାହରଣ, ବଲାଙ୍ଗୀର ସୁଦପଡା ରେଲୱେ ଫାଟକର କିଛି ଦୂରରେ ଥିବା କୁଷ୍ଠାଶ୍ରମ। ଲକ୍ ଡାଉନ୍ ର ଏତେ ଦିନ ପରେ ମଧ୍ୟ ଏଠାକୁ ପ୍ରଶାସନର ପାଦ ପଡିନି। ନେତା, ମନ୍ତ୍ରୀ ଆସିଲେ ଅଧିକରୀଙ୍କ ଘନ ଘନ ଗସ୍ତ କରନ୍ତି । କିନ୍ତୁ ଏସବୁ ଭିତରେ ମାନବିକତା ବଞ୍ଚିଛି। ଜଣେ ମଣିଷ ଭାବେ କିଛି ଅସହାୟଙ୍କୁ ଆଜି ଆମେ ସହାୟତାର ହାତ ବଢ଼େଇଛନ୍ତି । ସନ୍ତୋଷ ପଟ୍ଟନାୟକ, ସବିତା ମେହେର ଓ ତାଙ୍କ ସାଥି ସେବା କରିବା ଓ ସରକାରର ଏହି ଲୋକମାନଙ୍କ ପ୍ରତି ଦୁଷ୍ଟି ଆକ୍ରଶଣ କରିବା ପାଇଁ ବିଶେଷ ଅନୁରୋଧ ।

Advertisement