Sunday, September 20, 2026
ADVERTISEMENT
Home ଜିଲ୍ଲା ଆଳଦା ଗାଁରେ ଏସ୍ଏଚ୍.ଜି ଗୃପ ଦ୍ବାରା କରୋନା ସଚେତନତା କାର୍ଯ୍ୟକ୍ରମ

ଆଳଦା ଗାଁରେ ଏସ୍ଏଚ୍.ଜି ଗୃପ ଦ୍ବାରା କରୋନା ସଚେତନତା କାର୍ଯ୍ୟକ୍ରମ

235
ADVERTISEMENT

ବାଲେଶ୍ବର,୩।୪(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ଗ୍ରାମ ପଞ୍ଚାୟତ ଆଳଦା ଦାସସାହି ଗତକାଲି ଉକ୍ତ ପଞ୍ଚାୟତ ବଣପାରିଆ ଗ୍ରାମର ଭାଗବତ ଗୋସାଇଁ ମହିଳା ମଣ୍ଡଳ ଏସ୍ଏଚ୍ ଜି ଗ୍ରୁପ ତରଫରୁ ଗାଁକୁ ଆସି ମହିଳା ମାନଙ୍କୁ କିପରି କରୋନା ସକ୍ରମଣ ରୋଗରୁ ରକ୍ଷା ମିଳିବ ସେ ବିଷୟରେ ମହିଳାମାନଙ୍କୁ ବୁଝାଇ ଥିଲେ । ତାହା ପରେ ପାଣି ଆଣି ସାବୁନରେ ହାତ କିପରି ଧୁଆଯିବ ସେ ବିଷୟରେ ମହିଳା ଓ ଛୋଟ ପିଲାମାନଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ଜଣ ଜଣ କରି ସମସ୍ତଙ୍କ ହାତ ଧୁଆଇ ନିଜେ କିପରି ପରିଷ୍କାର ପରିଛନ ରହିବା ସହିତ ପରିବାର ଲୋକଙ୍କ ସହିତ ମିଳିମିଶି ରହିବାକୁ ହେବ ସେ ବିଷୟରେ ପରାମର୍ଶ ଦେଇଥିଲେ । ହାତ ଧୋଇ ସାରିଲା ପରେ ସମସ୍ତ ମହିଳା ମାନଙ୍କୁ ଗୋଟିଏ ଲେଖାଏଁ ହାତ ଧୁଆ ଲାଇଫବୟ ସାବୁନ ଦେଇଥିଲେ । ଏହି ସଚେତନା କାର୍ଯ୍ୟ କ୍ରମରେ ମହିଳା ଓ ପାଠ ପଢୁଥିବା ପିଲା ପ୍ରାୟ ୨୦ରୁ୨୫ ଜଣ ଉପସ୍ଥିତ ଥିଲେ । ଖଇରା ଗ୍ରାମ ପଞ୍ଚାୟତର ଜିଏଲଏଫ ମହାସଂଘର ସଭାନେତ୍ରୀ ତଥା ସଭାପତି ରଶ୍ମିତା ମହାପାତ୍ର, ରାଜ୍ୟ ମହାସଙ୍ଘର ଏମବିକେର ସଭାନେତ୍ରୀ ତଥା ରାଜ୍ୟ ସଭାପତି ନିରୁପମା ନାୟକ, ସିଆରସି ରାଧାରାଣୀ ନାୟକ, କୃଷି ମିତ୍ର ରୋଜାଲିନ ସାହୁ, ପୁରୁଷ କୃଷି ମିତ୍ର ବଂଶୀଧର ନାୟକ, ଉପସ୍ଥିତ ରହି ସଚେତନା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Advertisement