Friday, September 18, 2026
ADVERTISEMENT
Home କନ୍ଧମାଳ କରୋନା ପାଇଁ ସଚେତନ କରାଇଲା ପୋଲିସ

କରୋନା ପାଇଁ ସଚେତନ କରାଇଲା ପୋଲିସ

343
ADVERTISEMENT

ଦାରିଙ୍ଗବାଡ଼ି,୩୦।୩(ଡି.ଏଚ୍): କରୋନା ସଂକ୍ରମିତକୁ ପ୍ରତିହତ କରିବା ପାଇଁ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଦିନରାତି ବିଭିନ୍ନ ଗାଁ, ଛକ ବଜାର ବ୍ଲକିଂ ସହ ପାଟ୍ରୋଲିଂ କରି ଅମାନିଆଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଉଛି। ସୋମବାର ଆଇଆଇସି କୌଶିକ ମାଝି ପର୍ତ୍ତମାହା ଅଞ୍ଚଳରେ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଥିବା ବେଳେ ସବଇନ୍ସପେକ୍ଟର ଅନିଲ କୁମାର ଦେବତ୍ତା ଦୁର୍ଗମ ଗ୍ରାମ ବାଡ଼ାବାଙ୍ଗା ସମେତ ସିକକେତା, ଜଙ୍ଗଲଘର, ପାଡୁନବାଡ଼ି ଆଦି ଅଞ୍ଚଳରେ ସଚେତନ କରାଇବା ସହ ହାତ ଧୋଇବା ପ୍ରଣାଳୀ, ଘରେ ପରିବାର ସହ ସୁରକ୍ଷିତ ରହିବା, ବାରମ୍ବାର ବାହାରେ ବୁଲା ବନ୍ଦ, ପ୍ରଶାସନର ବାର୍ତ୍ତା ପାଳନ, ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ଆଦି ନେଇ ଶପଥ କରାଇଥିଲେ। ସେହିପରି ରାଜ୍ୟ ବାହାରୁ ଫେରିଥିବା ଲୋକ ନିଜ ଘରେ ସଙ୍ଗରୋଧ ହୋଇ ରହିବାକୁ ଶପଥ କରାଯାଇଥିଲା।

Advertisement