Sunday, September 20, 2026
ADVERTISEMENT
Home କନ୍ଧମାଳ ରାଶନ ବଣ୍ଟାଗଲା ରାଇକିଆର ବ୍ଲକର ବିଭିନ୍ନ ପଞ୍ଚାୟତରେ

ରାଶନ ବଣ୍ଟାଗଲା ରାଇକିଆର ବ୍ଲକର ବିଭିନ୍ନ ପଞ୍ଚାୟତରେ

283
ADVERTISEMENT

ରାଇକିଆ,୩୧।୩(ଡି.ଏଚ୍): କରୋନା ଯୋଗୁଁ ଦେଶରେ ଲକ୍‌ଡାଉନ ଘୋଷଣା ପରେ କନ୍ଧମାଳ ଜିଲା ରାଇକିଆ ବ୍ଲକରେ ସୁରକ୍ଷା ଦୃଷ୍ଟିରୁ ପ୍ରତି ପଞ୍ଚାୟତରେ ୱାର୍ଡ ସ୍ତରରେ ରାଶନ ବଣ୍ଟନ ପାଇଁ ପଦକ୍ଷେପ ନିଆଯାଇଛି। ଲୋକେ ଯେପରି ଘର ପାଖରେ ସୁବିଧାରେ ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ରାଜ୍ୟ ସରକାରଙ୍କ ଘୋଷଣା କ୍ରମେ ଆଗୁଆ ତିନି ମାସର ରାଶନ ବଣ୍ଟା ଯାଉଥିବା ବେଳେ ପ୍ରତ୍ୟେକ ବଣ୍ଟନ କେନ୍ଦ୍ରରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ମଣ୍ଡାକିଆ, ବେରେଡ଼ାକିଆ ଓ ରାଇକିଆ ପଞ୍ଚାୟତରେ ଆରମ୍ଭ ହୋଇଥିଲା ବେଳେ ଦିନକୁ ୮୦ ରୁ ୧୦୦ ପରିବାର ଯେପରି ରାଶନ ପାଇ ପାରିବେ ଏବଂ ଏହା ପ୍ରତି ଗାଁରେ ଯେପରି ପହଞ୍ଚି ପାରିବେ ସେ ବ୍ୟବସ୍ଥା କରାଯାଇଛି ।

Advertisement