ବଲାଙ୍ଗୀର,୩୧ା୩,( ବିଶିକେଶନ ବେହେରା): ଚେନ୍ନାଇରେ ଅବସ୍ଥାପିତ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ବାବୁ ଗୋପୁଙ୍କ ମାନବୀୟ ଉଦ୍ୟମ ଜାରିରହିଛି, ବଲାଙ୍ଗୀର ଏବଂ ପାଖ ଜିଲ୍ଲାରୁ ତିରୁପୂର ଯାଇ ସୂତାକଳରେ କାମ କରୁଥିବା ଭୋକ ଉପାସରେ ଫସି ରହିଥିବା ଶ୍ରମିକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ଶ୍ରୀ ବାବୁ l
ଆଜି ପୁଣି ତାଙ୍କ ଉଦ୍ୟମରେ ବିଜୟା ବ୍ୟାଙ୍କ ଚେନ୍ନାଇ ଅଧିକାରୀ ଏବଂ ତିରୁପୂରରେ ଥିବା ଏହି ବ୍ୟାଙ୍କର ସହକର୍ମୀଙ୍କ ସହାୟତାରେ ଅନ୍ୟ ପ୍ରାୟ ୨0 ଜଣ ଶ୍ରମିକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗେଇ ଦେଇଥିଲେ l ସନ୍ଧ୍ୟାରେ ଅନ୍ୟ ଏକ ଶ୍ରମିକ ଦଳଙ୍କୁ ମଧ୍ୟ ସାମଗ୍ରୀ ଯୋଗେଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି l
ବାବୁଙ୍କ ଏହି ନିସ୍ଵାର୍ଥପର ସେବାକୁ ସବୁ ମହଲରେ ପ୍ରଶଂସା କରାଯାଉଛି l ଲୋଇସିଂହା ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗ ଫୋନ ଯୋଗେ ଶ୍ରୀ ବାବୁଙ୍କୁ ଅଭିନନ୍ଦନ କରିଥିଲେ l




















