ବଲାଙ୍ଗିର ,୩୧ା୩,(ସୁନିଲ ତ୍ରିପାଠୀ): ରେଲୱେ ଟ୍ରାକ କାମ କରିବାକୁ ଉତ୍ତରପ୍ରଦେଶରୁ ଆସିଥିବା ୨୨ ଜଣ ଶ୍ରମିକ ଏବଂ ପଶ୍ଚିମବଙ୍ଗର ମୁର୍ଶିଦାବାଦର ୧୨ ଜଣ ଶ୍ରମିକ ଫସି ରହିଛନ୍ତିଏହି ଅଞ୍ଚଳରେ, ହାତରେ କାମ ନାହିଁ କି ପଇସା ନାହିଁ , ଆମେ ବିଗହୁମେନର ସଦସ୍ୟ ଜାଣିବା ପରେ ତାଙ୍କ ପାଖକୁ ପହଞ୍ଚି ତାଙ୍କ ଅସୁବିଧା ବିଷୟରେ ବୁଝିଥିଲୁ। ଜିଲ୍ଲା ପ୍ରଶାସନଙ୍କୁ ମଧ୍ୟ ଏମାନଙ୍କ ବିଷୟରେ ଜଣାଇବୁ।
ଲକ ଡାଉନ ପଯ୍ୟନ୍ତ ସମସ୍ତ ଶ୍ରମିକ ଭାଇ ମାନଙ୍କର ଯଥାସମ୍ଭବ ଖାଇବା ତଥା ସ୍ୱାସ୍ଥ୍ୟଗତ ସାହାଯ୍ୟ କରିବୁ ବୋଲି ପ୍ରତିଶୃତି ଦେଇ କହିଛନ୍ତି । ଆଶା କରୁଛୁ ଜିଲ୍ଲା ପ୍ରଶାସନ ମଧ୍ୟ ଏମାନଂକୁ ସାହାଯ୍ୟ ର ହାତ ବଢାଇବେ ।




















