ବଲାଙ୍ଗୀର,୩୧ା୩,(ଦେବବ୍ରତ ଗୁରୁ) :ବଲାଙ୍ଗୀର ପୋଲିସ ଲକ୍ ଡାଉନ୍ ସମୟରେ ଲୋକଙ୍କୁ ସଚେତନ କରି ପ୍ରଶଂସାର ପାତ୍ର ହୋଇଥିବା ସମୟରେ ୨ ଜଣ କନେଷ୍ଟବଳଙ୍କ କାର୍ଯ୍ୟକଳାପକୁ ନେଇ ବର୍ତ୍ତମାନ ଟାହିଟାପରା ଶୁଣିବା ହେଉଛି। ଗତକାଲି ରାତିରେ ଲକ୍ ଡାଉନ୍ ଉଲ୍ଲଂଘନକାରୀଙ୍କୁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯିବା ଲାଗି ବାଧ୍ୟ କରିବା ଓ ଲାଠିରେ ବାଡ଼େଇଥିବା ଅଭିଯୋଗରେ ଦୁଇ ଓଏସ୍ଏପି କନେଷ୍ଟବଳ ସୂର୍ଯ୍ୟକାନ୍ତ ସାମନ୍ତରାୟ ଓ ପ୍ରଦ୍ୟୁମ୍ନ ସାମଲଙ୍କୁ ନିଲମ୍ବନ କରାଯାଇଥିବା ବଲାଙ୍ଗିର ଏସ୍ପି ଶ୍ରୀ ସନ୍ଦୀପ୍ ସମ୍ପଦ୍ ସୂଚନା ଦେଇଛନ୍ତି।
ବର୍ତ୍ତମାନ ବଲାଙ୍ଗୀର୍ ପୋଲିସଙ୍କ କର୍ତ୍ତବ୍ୟବିମୁଢ ଅବସ୍ଥାରେ । ଯଦି ଲକ୍ ଡାଉନ୍ କୁ ବେଖାତିର୍ କରୁଥିବା, ଜାଣି ଅଜଣା ମନୋଭାବ ପୋଷଣ କରୁଥିବା ଲୋକଙ୍କ ପ୍ରତି ବଳ ପ୍ରୟୋଗ କଲେ ଚାକିରୀରୁ ନିଲମ୍ବିତ ହେବାର ଭୟ ? ଏ ଭଳିଆ ପରିସ୍ଥିତି ଦେଇ ଗତି କରୁଛି ବଲାଙ୍ଗୀର ପୋଲିସ!!!




















