Sunday, September 20, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀରରେ କାଳବୈଶାଖୀର ତାଣ୍ଡବ

ବଲାଙ୍ଗୀରରେ କାଳବୈଶାଖୀର ତାଣ୍ଡବ

334
ADVERTISEMENT

ବଲାଙ୍ଗୀର,୩୦।୩(ବିଶିକେଶନ ବେହେରା): ଆଜି ଅପରାହ୍ନ ପ୍ରାୟ ୪ ଟା ରୁ ସନ୍ଧ୍ୟା ୫ ଯାଏଁ ସିନ୍ଧେକେଲା ତଥା ଆଖପାଖ ଅଞ୍ଚଳରେ ହଠାତ୍ କାଳବୈଶାଖୀ ର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ୪ ଟା ପର୍ଯ୍ୟନ୍ତ ପାଗ ଠିକ୍ ଥିଲା, ପରେ ପ୍ରବଳ ପବନ ବର୍ଷା ସାଥିରେ କରକାପାତ ହୋଇ ୪୨ନଂ ରାଜ୍ୟ ରାଜପଥ ଉପରେ ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ ସବୁ ଭାଙ୍ଗି ପଡ଼ି ରହିଛି। ସ୍ଥାନୀୟ ପ୍ରଶାସନ ର ନାମକୁ ମାତ୍ର ହୋଇଥିବା ନାଳ ନର୍ଦ୍ଦମା ସଫେଇ ଯୋଗୁଁ ବର୍ଷା ପାଣି ରାସ୍ତା ଉପରେ ବହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି। ବର୍ତ୍ତମାନର କରୋନା ଭୟ ସମୟରେ ପ୍ରଶାସନ ଓ ବିଦ୍ୟୁତ ବିଭାଗ କେତେ ତତ୍ପର ତାହା ରାସ୍ତା ଉପରେ ପଡି ରହିଥିବା ଗଛ, ଭଙ୍ଗା ବିଦ୍ୟୁତ ଖୁଣ୍ଟ, ଛିଣ୍ଡା ତାର ଓ ଅଳିଆ ପୂର୍ଣ୍ଣ ନାଳରୁ ଜଣା ପଡୁଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ବଙ୍ଗୋମୁଣ୍ଡା, ଟିଟିଲାଗଡ଼ ଓ ଖରିଆର୍ ବ୍ଲକ୍ ର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଏବଂ କରକାପାତ ଯୋଗୁଁ ଫସଲ କ୍ଷୟକ୍ଷତି ର ଆକଳନ କରାଯାଇନାହିଁ ବୋଲି ସୂଚନା ମିଳିଛି।

Advertisement