ବାଲେଶ୍ଵର,୨୯ା୩(ନରେନ୍ଦ୍ର ପ୍ରସାଦ ବେହେରା) : ସରକାର ଯେତେ ସଚେତନ କଲେ ବି ମାନୁ ନାହାନ୍ତି କିଛି ବ୍ୟକ୍ତି । ଯାହାଦ୍ୱାରା କରୋନା ଭାଇରସ୍ କମିବା ପରିବର୍ତ୍ତେ ବଢିବାରେ ଲାଗିବ । ଘରେ ରହିବା, ଦୂରତା ବଜାୟ ରଖିବା, ଅଯଥା ବାହାରେ ବୁଲାବୁଲି ନ କରିବା, ଅତି ଆବଶ୍ଯକ ନ ପଡିଲେ ଘରୁ ବାହାରକୁ ନ ବାହାରିବା ଏପରିକି ଶ୍ରମିକ ମାନଙ୍କୁ କାମ ନ କରିବା ପାଇଁ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ କରାଇ ଥିଲେ ସୁଦ୍ଧା ଲୋକମାନେ ମାନିବାକୁ ନାରାଜ । ସେଥିପାଇଁ ସାରାଦେଶରେ ଲକ୍ ଡାଉନ୍ ଜାରି ହୋଇଛି । କିନ୍ତୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ତୁଟ ଗ୍ରାମରେ ଲକ୍ ଡାଉନ୍ କୁ ଅବମାନନା କରି ହୃଷିକେଶ ଯେନା ମଦ ଦୋକାନ ଖୋଲିଥିବାରୁ ଲୋକମାନେ ମଦ ପିଇ ଗାଁ ଦାଣ୍ଡରେ କଳି କରୁଥିବାର ଦୃଷ୍ଟି ଗୋଚର ହୋଇଛି । ଗ୍ରାମର ନରୋତ୍ତମ ଯେନା,ହେମନ୍ତ ଯେନା ଅଭୟ କୁମାର ଯେନା,ଭଗବାନ ଯେନା,ପ୍ରହଲ୍ଲାଦ ଯେନା,ନିରଞ୍ଜନ ଯେନା ଓ ଗଣେଶ ଯେନା ପ୍ରମୁଖ ଯାଇ ମଦ ଦୋକାନୀ ଶ୍ରୀ ଯେନାଙ୍କୁ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ ଏବଂ ମଦୁଆ ମାନଙ୍କୁ ଆଉ ମଦ ପିଇବାକୁ ନ ଆସିବାକୁ ବାରଣ କରିଥିଲେ । ଏହାଦ୍ବାରା ମଦପିଇ ଟଳଟଳ ହୋଇଚାଲୁଥିବା କିଛି ମଦୁଆଙ୍କୁ ସହିତ ବି ସେମାନଙ୍କର ବଚସା ହୋଇଥିଲା । ଏହା ଗଣମାଧ୍ୟମର ନଜରକୁ ଆସିଥିଲା । ସାରାଦେଶ ଲକ୍ ଡାଉନ ପାଳନ କରୁଥିବା ବେଳେ ତୁଟ ଗ୍ରାମରେ ମଦ ଦୋକାନୀଙ୍କ ରାଜ ଚାଲିଛି, ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।





















