ବଲାଙ୍ଗୀର,୨୮ା୩ ( ଦେବବ୍ରତ ଗୁରୁ): ବଲାଙ୍ଗୀର ଭୁତିଆରବାହାଲ ଗ୍ରାମରେ ଘଟିଛି ଏହି ଅଘଟଣ lଭୁତିଆରବାହାଲ ମଦଭାଟି ସାମ୍ନାରେ ଥିବା ବନ୍ଧକୁ କମଲେଶ ପାଲ ତା ମା ସାଥିରେ ସକାଳେ ଗାଧୋଇବାକୁ ଯାଇଥିଲା କିନ୍ତୁ ସାମାନ୍ୟ ଅସାବଧାନତା ହେତୁ କମଲେଶ ପାଣିରେ ବୁଡିଯାଇଥିଲା l ତାର ମୃତଦେହ ଉଦ୍ଧାର କରାଯାଇଛି l ଭୁତିଆରବାହାଲରେ ଲକ ଡାଉନ କଡାକଡି ପାଳନ କରାଯାଉଥିବା ବେଳେ ଗାଧୋଇବା ଅସୁବିଧା ଯୋଗୁଁ ବନ୍ଧକୁ ଗାଧୋଇବାକୁ ଯିବାକୁ ପଡୁଛି l କମଲେଶର ବାପା ରାଜ୍ୟବାହାରକୁ ଶ୍ରମିକ ଭାବରେ କାମକରିବାକୁ ଯାଇ ଫସି ରହିଛନ୍ତି l




















