ବଲାଙ୍ଗୀର,୨୭ା୩(ଦେବବ୍ରତ ଗୁରୁ): ଦରିଦ୍ର ସର୍ଵାହରା ଏବଂ ରୋଗୀଙ୍କ ଭୋକିଲା ପେଟକୁ ତୃପ୍ତ କରୁଛନ୍ତି ଏଇ ସ୍ମାଇଲ ଫର ଅଲ ଫାଉଂଡେସନର କର୍ମକର୍ତ୍ତାମାନେ l କରୋନା ମହାମାରୀକୁ ଭୃକ୍ଷେପ ନକରି ଜନମଙ୍ଗଳ ପାଇଁ ନିଜ କର୍ତବ୍ୟ ଅନବରତ ସମ୍ପାଦନ କରିଚାଲିଛନ୍ତି l ଆଜି ବଲାଙ୍ଗୀର ରେଲୱେ ଷ୍ଟେସନର ତଥା ଆଖପାଖ ଅଞ୍ଚଳରେ ଦରିଦ୍ର ନିଃସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗେଇ ଦେବା ସହିତ ପ୍ରତିଦିନ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ଯୋଗେଇ ଦେଉଛନ୍ତି l
ଡାକ୍ତରଖାନାରେ ପ୍ରତ୍ୟେକ ଦିନ ରୋଗୀଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଚାଲୁରହିବ ବୋଲି କହିଛନ୍ତି ସ୍ମାଇଲ ଫର ଅଲ ଫାଉଂଡେସନର ସେକ୍ରେଟାରୀ ସଞ୍ଜିବ ସାହୁ l ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର କର୍ମକର୍ତ୍ତା ସାମସନ ମିସାଲ,ମନମୋହନ ସେଠ,ଦେବରାଜ ନାଗ,ଲକ୍ଷ୍ମୀ, ସୁଦାମ ସାହୁ, ସତ୍ୟ ହୋତା, ସୁରେଶ ଚନ୍ଦ୍ର କମ୍ପ, ରାଧାନାଥ ଦିଶରି ଆଦି ଭାଗ ନେଇଥିଲେ ଦୁଃଖୀ ଦରିଦ୍ରଙ୍କ ସହାୟତା କରିଥିଲେ l
















