ବିଙ୍ଗ ହ୍ୟୁମାନ ଫାଉଂଡେସନ ଅସହାୟଙ୍କୁ ସହଯୋଗ

ମାନବିକତାର ପରିଚୟ ଦେଇଛନ୍ତି

204
ADVERTISEMENT

ବଲାଙ୍ଗୀର,୨୭ା୩(ସୁନୀଲ ତ୍ରିପାଠୀ): ମହାମାରୀ କରୋନାର ଆତଙ୍କ ମଧ୍ୟରେ ଲୁଚିଯାଇନାହାନ୍ତି l ବାହାରିଛନ୍ତି କରୋନା ବିରୁଦ୍ଧରେ ଲଢେଇକରି ପରାଜିତ କରିବାକୁ l ବିଙ୍ଗ ହ୍ୟୁମାନ ଫାଉଂଡେସନ ଆଜି ଏକ ଭିନ୍ନ ଲଢେଇରେ ଅବତୀର୍ଣ, ଗରିବ ଦରିଦ୍ର ନିଃସହାୟ ଏବଂ ସହରରେ ବୁଲୁଥିବା ମାନସିକ ରୋଗୀଙ୍କୁ ଖାଇବାକୁ ଯୋଗେଇବା ସଂଗେ ମଲମୁଣ୍ଡା ଠାରେ ଥିବା କମାର ବସ୍ତିର ପ୍ରାୟ ପନ୍ଦରଟି ପରିବାର ର ଷାଠିଏ ଜଣଙ୍କୁ ତିନି ଦିନର ରୋଷେଇ ସାମଗ୍ରୀ ଯଥା ଚାଉଳ ଡାଲି ଚୁଡା ଓ ପନିପରିବା ବଣ୍ଟନ କରାଯାଇଥିଲା l
ଲକ ଡାଉନରେ ମଧ୍ୟ ଅନୁଷ୍ଠାନର ସଦସ୍ୟ ବିକ୍ରମ ପାତ୍ର, ପ୍ରତ୍ୟୁଷ ଯୋଶୀ, ଅଜିତ ମହାନନ୍ଦ ଏବଂ ଦେବାଶିଷ ଦାଶ ରକ୍ତ ଦାନ କରିଥିଲେ l ଆଗକୁ ମଧ୍ୟ ସହର ଭିତରେ ଏବଂ ବାହାରେ ଅସହାୟ ଏବଂ ଦରିଦ୍ର ଲୋକଙ୍କୁ ଖାଦ୍ୟ ବିତରଣ ସହିତ ସମସ୍ତ ଜରୁରୀ ସେବା ଯୋଗେଇ ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି l
ଆଜି ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ସୋମନାଥ ମିଶ୍ର, ବିବେକ ପଟେଲ, ତାପସ ମହାନ୍ତି, ପ୍ରିତମ ବରାଡ଼, ଵାପିନା ମହାରଣା, ମୋହିତ ତ୍ରିପାଠୀ ଆଦି ସହଯୋଗ କରିଥିଲେ l

Advertisement