୧୯୫ ଦେଶରେ କରୋନା: ମୃତ୍ୟୁ ସଂଖ୍ୟା ୨୧ ହଜାର ୨୦୦

302
ADVERTISEMENT

ନୂଆଦିଲ୍ଲୀ,୨୬।୩(ଡି ଏଚ) : କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଇତିମଧ୍ୟରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨୧ ହଜାର ୨୦୦ରେ ପହଞ୍ଚିଛି। ସେହିପରି ୪ ଲକ୍ଷ ୬୮ ହଜାର ୯୦୫ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏକ ଲକ୍ଷ ୧୪ ହଜାର ୨୧୮ ସଂକ୍ରମିତ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଦେଶରେ କରେନା ମୃତ୍ୟୁ ସଂଖ୍ୟା ୭ ହଜାର ୫୦୩ ଛୁଇଁଛି। ଏଠାରେ ଲକ୍‌ ଡାଉନ୍‌ ଜାରି ରହିଛି। ଫଳରେ ୬ କୋଟିରୁ ଅଧିକ ଲୋକ ଘରେ ବନ୍ଦ ରହିଛନ୍ତି। ସେହିପରି ଭାରତରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲକ୍‌ ଡାଉନ୍‌ ଯୋଗୁ ୧୩୦ କୋଟି ଲୋକ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି।

Advertisement