ନୂଆଦିଲ୍ଲୀ, ୨୩/୦୩ (ଡ଼ିଏଚ) : କରୋନା ଭୂତାଣୁ କୋଭିଡ-୧୯ର ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ରବିବାର, ୨୨ ମାର୍ଚ୍ଚରେ ହେବାକୁ ଥିବା ଜନତା କର୍ଫ୍ୟୁକୁ ସମର୍ଥନ ଦେବା ଲାଗି ବିଭିନ୍ନ ବର୍ଗର ଲୋକମାନେ ଏକଜୁଟ ହୋଇ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ।
ବିଭିନ୍ନ କ୍ଷେତ୍ର ଏବଂ ସଂଗଠନର ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଜନତା କର୍ଫ୍ୟୁକୁ ସମର୍ଥନ କରିବା ଲାଗି ଆଗେଇ ଆସିଛନ୍ତି ଏବଂ ଏହାକୁ ପ୍ରଭାବୀ କରିବାକୁ ଦେଶବାସୀଙ୍କୁ ଆହ୍ଵାନ ଜଣାଇଛନ୍ତି ।





















