Monday, September 21, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀରରେ କରୋନା ଭୁତାଣୁ ବିଷୟରେ ସଚେତନତା

ବଲାଙ୍ଗୀରରେ କରୋନା ଭୁତାଣୁ ବିଷୟରେ ସଚେତନତା

325
ADVERTISEMENT

ବଲାଙ୍ଗୀର,୨୧।୩( ସୁନିଲ ତ୍ରିପାଠୀ) :ଗତକାଲି ଶୁକ୍ରବାର ଦିନ,କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବେହେରେନ ସିଲେଟର ଭାଟିପଡା଼ରେ ମହିଳା ସ୍ବୟଂ ସହାୟକ ମହିଳା ଗୋଷ୍ଠୀ ମାନଙ୍କ ସହିତ ମହାମାରୀ କୋରୋନା ଭୁତାଣୁ ବିଷୟରେ ସଚେତନା କରାଗଲା।ବୈଜ୍ଞାନିକ ଦୃଷ୍ଟିକୋଣରୁ ୧୪ଘଣ୍ଟାର କର୍ଫ୍ୟୁ ଭାଇରସ୍ ଚକ୍ରରେ ଏକ ବିଛିନ୍ନତା ସୃଷ୍ଟି କରିବ । ସୂଚନା ଅନୁସାରେ କୋରୋନା ଭାଇରସ୍ କୌଣସି ବସ୍ତୁ ଉପରେ ସର୍ବାଧିକ ୧୪ ଘଣ୍ଟା ହିଁ ବଞ୍ଚି ପାରିବ। ୧୪ଘଣ୍ଟାର କର୍ଫ୍ୟୁ ଅର୍ଥାତ୍ ନୂତନ ସଂକ୍ରମଣର ସୁଯୋଗ ନାହିଁ। ନୂତନ ଶରୀର ନ ମିଳିଲେ ଭାଇରସ୍ ସ୍ଵତଃ ନଷ୍ଟ ହୋଇଯିବ। ଆମର ସଡ଼କ, ଅଫିସ୍ , ଅନୁଷ୍ଠାନ ଓ ବ୍ୟାବସାୟିକ ପ୍ରତିଷ୍ଠାନର ସରଞ୍ଜାମ, କବାଟ, ଲିଫ୍ଟ୍, ରେଲିଂ ଇତ୍ୟାଦି ସ୍ଵତଃ ଭୁତାଣୁ ଶୂନ୍ୟ ହୋଇଯିବ। ତେଣୁ ଆପଣ ମାନେ ଆସନ୍ତୁ ଆଗାମୀ ରବିବାର ସକାଳ୭ଘଣ୍ଟାରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରି କୋରୋନା ଭାଇରସ୍ କୁ ବ୍ୟାପିବା ରୁ ରୋକିବା। ମନେ ରଖନ୍ତୁ: କୋରୋନା ମୁକାବିଲାରେ ଆପଣ ହିଁ ଯୋଦ୍ଧା।

Advertisement