ନୂଆଦିଲ୍ଲୀ, ୨୦/୦୩(ଡ଼ିଏଚ) : ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମହିଳା ସଶକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ରାଷ୍ଟ୍ରର ନିର୍ମାଣ ହେବା ଜରୁରୀ, ଯେଉଁଠାରେ ସମାନ ସୁଯୋଗ ଓ ଅଧିକାର ଉପରେ ଗୁରୁତ୍ୱ ଦିଆଯାଉଥିବ ।
ଏକ ଟ୍ୱିଟ ଜରିଆରେ ସେ କହିଛନ୍ତି, “ପ୍ରତ୍ୟେକ କ୍ଷେତ୍ରରେ ନାରୀ ଶକ୍ତି ନିଜର ଉତ୍କର୍ଷ ପ୍ରତିପାଦନ କରିଛି ।” ନ୍ୟାୟିକ ବ୍ୟବସ୍ଥାର ବିଜୟ ହୋଇଛି । ମହିଳାମାନଙ୍କର ନିରାପତ୍ତା ଏବଂ ମର୍ୟ୍ୟାଦା ରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।




















