Monday, September 21, 2026
ADVERTISEMENT
Home ଜିଲ୍ଲା ପାଟଣାଗଡ଼ ମଣ୍ଡଳ ଛକ ଠାରେ କାର ଦୁର୍ଘଟଣା ଗ୍ରସ୍ତ

ପାଟଣାଗଡ଼ ମଣ୍ଡଳ ଛକ ଠାରେ କାର ଦୁର୍ଘଟଣା ଗ୍ରସ୍ତ

577
ADVERTISEMENT

ବଲାଙ୍ଗୀର,୨୦।୩(ଦେବବ୍ରତ ଗୁରୁ) : ଗତକାଲି ଦୀପକ କୁମାର ସାହୁ (୨୮) ତାଳଚେର ର ଆଦର୍ଶ ବିଦ୍ୟାଳୟର ଇଂରାଜୀ ଶିକ୍ଷକ। ନୋବେଲ କୋରୋଣା ଭାଇରସ ପାଇଁ ଓଡିଶା ସରକାର ସମସ୍ତ ସ୍କୁଲ ଛୁଟି ଦେଇଥିବା ବେଲେ ପାଇକମାଳରେ ତାଙ୍କ ସ୍ତ୍ରୀ ଜଣେ ଶିକ୍ଷୟତ୍ରୀ ଥିବାରୁ ତାଙ୍କ ସ୍କୁଲ ମଧ୍ୟ ଛୁଟି ହୋଇଥିବା ବେଲେ ତାଙ୍କ ସ୍ତ୍ରୀଙ୍କୁ ଆଣିବା ପାଇଁ କଳାହାଣ୍ଡି ଜିଲ୍ଲା ରୁଫଡା ଗ୍ରାମରୁ କାରରେ ବାହାରିଥିଲେ। ଗତକାଲି ଯିବା ସମୟରେ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ମଣ୍ଡଳ ଛକରୁ ପ୍ରାୟ ଶହେ ମିଟର ଦୂରରେ ଭାରସାମ୍ୟ ହରାଇ ଏକ ଗଛରେ ମାରୁତି ସ୍ପପଟ (ଓଡି ୧୪ ଆର ୯୬୯୬) କାର ପ୍ରାୟ ଦ୍ବିପ୍ରହର ୧ଟା ରୁ ୨ ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। କାରଟି ଗଛରେ ଏତେ ଜୋରରେ ପିଟି ହୋଇଥିଲା ଯେ ଗାଡିର ଇଞ୍ଜିନ ବାହାରି ପ୍ରାୟ ଦଶ ମିଟର ଦୂରରେ ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନିୟ ଲୋକ ୧୦୮ କୁ ଫୋନକରି ଦୁର୍ଘଟଣା ଗ୍ରସ୍ତ ଗାଡିରୁ ଦିପକଙ୍କୁ ଉଦ୍ଧାର କରି ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାକୁ ପହଞ୍ଚିବା ପରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଦୀପକ ସାହୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀର ମୁଖ୍ଯ ଡାକ୍ତରଖାନକୁ ରେଫର କରାଯାଇଥିବା ସୁଚନା ମିଲିଛି। ବର୍ତ୍ତମାନ କଳିଙ୍ଗା ଇନ୍ଷ୍ଟିଟ୍ୟୁଟୁ ଅଫ ମେଡିକାଲ ସାଇନ୍ସ (କିମିଶ୍ ହସ୍ପିଟାଲ) · ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ଦୀପକ।

Advertisement