Sunday, September 20, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀରର ଅବସ୍ଥିତ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ

ବଲାଙ୍ଗୀରର ଅବସ୍ଥିତ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ

333
ADVERTISEMENT

ବଲାଙ୍ଗୀର,୨୦।୩(ଦେବବ୍ରତ ଗୁରୁ) : ବଲାଙ୍ଗୀର ଜିଲ୍ଲାର ସଦରମହକୁମା ଠାରୁ ପାଖାପାଖି ୮୦ କିଲୋମିଟର ଦୂରରେ ଅବସ୍ଥିତ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ । ପୁରାଣ ବର୍ଣ୍ଣିତ ଗନ୍ଧମାର୍ଦନ ପର୍ବତର ସବୁଜ ଅରୁଣିମା ଭିତରେ ହିନ୍ଦୁ ଧର୍ମର ହରି ଏବଂ ଶଙ୍କରଙ୍କ ମିଳନ ସହ ପ୍ରକୃତିର ମିଳନ ହୋଇଅଛି ଏହି ସ୍ଥାନରେ । ପାଟଣା ରାଜ୍ୟର ଚୈ।ହାନ ରାଜାଙ୍କ ଦ୍ଵାରା ୧୪ ଶହ ଶତାବ୍ଦୀରେ ଏହି ସ୍ଥାନଟି ଆବିଷ୍କୃତ ହୋଇଥିଲା ଏବଂ ପରେ ମହାରାଣୀ ଦୂର୍ଲଭା ଦେବୀ ଏଠାରେ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏଠାରୁ ୧୨ ଶହ ଶତାବ୍ଦୀର ଏକ ନୃତ୍ୟରତ ଗଣେଶଙ୍କ ମୂର୍ତ୍ତି ଆବିଷ୍କୃତ ହୋଇଛି । ଏହି ଗନ୍ଧମାର୍ଦନ ପର୍ବତ ଗ୍ରାନାଇଟ ପଥର ପାଇଁ ପରିଚିତ । ଏହି ମନ୍ଦିର ପାଖରେ ଗ୍ରାନାଇଟ ପଥର ଉପରେ ଏକ ଝରଣା ପ୍ରବାହିତ , ଯାହା ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପର୍ବତର ଅପର ପାର୍ଶ୍ୱରେ ଅବସ୍ଥିତ ନୃସିଂହନାଥ ମନ୍ଦିର ଆଉ ଏକ ପର୍ଯ୍ୟଟନ ସ୍ଥଳୀ । ଲୋକଙ୍କ ବିଶ୍ୱାସ ଅନୁସାରେ ଦୁଇ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଥିବା ଅଞ୍ଚଳ ଏକ ପୁରାତନ ବୌଦ୍ଧ କୀର୍ତ୍ତି ତଥା ଏଠାରେ ପରିମଳ ଗିରି ନାମକ ଏକ ବିଶ୍ବବିଦ୍ୟାଳୟ ଥିବା ଲୋକକଥା ରହିଛି ।

Advertisement