ବଲାଙ୍ଗୀର,୧୭।୩(ସୁନୀଲ ତିପ୍ରାଠୀ):ବଲାଙ୍ଗୀର ଜିଲ୍ଲାରେ ସରକାରଙ୍କ ପ୍ରତିଷେଧାତ୍ମକ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ଅନେକ ଜିନିଷ ଏବଂ କାର୍ଯ୍ୟକୁ ବାରଣ କରାଯାଇଛି ଯଥା ବସରେ ସିଟ ସଂଖ୍ୟାରୁ ଅଧିକ ଯାତ୍ରୀ ନନେବା, ସ୍କୁଲ କଲେଜ ଛୁଟି, ନିର୍ବାଚନ ରଦ୍ଦ, ୧୪୪ ଧାରା ଜାରି ଏବଂ ଜନସମାଗମ ସ୍ଥାନ ସିନେମା ହଲ, ମଲ, ସୋରୁମ ଇତ୍ୟାଦି ବନ୍ଦ l ବଲାଙ୍ଗୀର ପ୍ରଶାସନ ମଧ୍ୟ ତଡ଼ିତ ପଦକ୍ଷେପ ନେଇ ସହରର ସମସ୍ତ ମଲ ଏବଂ ସୋରୁମ ବନ୍ଦ ରଖିବାକୁ ନିର୍ଦେଶ ଦେଇଛି l ଏହି ପ୍ରତିଷେଧକ ବ୍ୟବସ୍ଥା ନିଶ୍ଚୟ ପ୍ରଶଂସନୀୟ କିନ୍ତୁ ପ୍ରଶାସନ ଏହାବି ନିଶ୍ଚିତ କରିବା କଥା ଯେ ବନ୍ଦ ହେଉଥିବା ଅନୁଷ୍ଠାନ ଗୁଡିକରେ କାମକରୁଥିବା ସେଲସ ଗାର୍ଲ, ବଏଜ ଏବଂ ଶ୍ରମିକ ମାନଙ୍କ ଦରମା ବା ପାଉଣା ଯେମିତି ମାଲିକ ନକାଟେ lମାଲିକ ଚଞ୍ଚକତା କରି ଅଧା ମାସ ଦରମା ଦେବ ଏବଂ ଅଧା କାଟିବ ଏହି ଚିନ୍ତାରେ ଅଛନ୍ତି ସମସ୍ତ ଶ୍ରମିକଗଣ l ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ଅଛି l ସେମିତି ସ୍ୱଳ୍ପ ପାଉଣାରେ ଅତି କଷ୍ଟରେ ଦୀର୍ଘ ୧୦/୧୨ ଘଣ୍ଟା ଖଟଣି ଖଟି ଚଳୁଛନ୍ତି ସେଥିରେ ପୁଣି ମାସର ଅଧା ଦରମା କଟିଯାଏ ତେବେ ଶ୍ରମିକଙ୍କ ଅବସ୍ଥା ଶୋଚନୀୟ ହୋଇପଡିବ




















