ବଲାଙ୍ଗୀର,୧୬/୩(ଡି.ଏଚ୍ ): ଗତ କାଲି ଏକ୍ସନ କମିଟିର ସଭାପତି ଶ୍ରୀ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ଵରେ ବଡ଼ ତେଲେନପାଲି ଗ୍ରାମରେ ଏକ ଲୋୟର ସୁକତେଲ ସମସ୍ୟାକୁ ନେଇ ଏକ ବିରାଟ ସଭା ଆୟୋଜନ କରାଯାଇଥିଲା l ସଭାରେ ପ୍ରାୟ ୧୦ ଖଣ୍ଡ ଗ୍ରାମର ପୁରୁଷ ଓ ମହିଳା ଜମାହୋଇଥିଲେ ଏବଂ ଏକ୍ସ ଗ୍ରାସିଆ ନେବାକୁ ରାଜି ହୋଇ ପ୍ରକଳ୍ପ ସପକ୍ଷରେ ମତ ଦେଇଥିଲେ l




















