ବଲାଙ୍ଗୀର,୧୬/୩(ଦେବବ୍ରତ ଗୁରୁ):ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ବ୍ଲକ ର ବଚ୍ଚଯୁଝ, ଶିହିନୀ, ଉଦେପୁର, ଘୋଡାର, କପ୍ସିଭଟା, କତରକେଲା, ସେଲୁୱାନ, ନରେନ ଏବଂ ବାଲପଦର ଗ୍ରାମରେ ଏବେ ୨/୩ ଦିନ ତଳେ ହୋଇଥିବା ଅଦିନିଆ ଝଡ ବର୍ଷା ଓ କରକାପାତ ଯୋଗୁଁ ଚାଷୀ ମାନଙ୍କର ବିଭିନ୍ନ ଫସଲ ଯେପରିକି ତରଭୁଜ, ପିଆଜ, ପନିପରିବା, ଆଖୁ, ଆମ୍ବ ଇତ୍ୟାଦି ବହୁଳ ଭାବରେ ନଷ୍ଟ ହୋଇଯାଇଛି l କେତେକ ଚାଷୀ ଙ୍କର ଚାଳଛପର ଘର ମଧ୍ୟ ଉଜୁଡି ପଡିଛି l
ଅତିରିକ୍ତ ଉଦ୍ୟାନ ବିଭାଗ ର ଅଧିକାରୀ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ତତ୍କାଳ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ର ଆକଳନ କରିବା ପାଇଁ ତଥା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ର ବ୍ୟବସ୍ତା କରିବାକୁ ଲୋକେ ଦାବି କରୁଛନ୍ତି l
















