Sunday, September 20, 2026
ADVERTISEMENT
Home ଜିଲ୍ଲା ପାନଥୁକରେ ଲାଲ୍ ହସ୍ପିଟାଲ

ପାନଥୁକରେ ଲାଲ୍ ହସ୍ପିଟାଲ

257
ADVERTISEMENT

ବଲାଙ୍ଗୀର,୧୩।୩(ସୁନିଲ ତ୍ରିପାଠୀ) : ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଦିନକୁ ଶହ ଶହ ଲୋକ ଚିକିତ୍ସା ହେବାକୁ ଆସନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ସାଧାରଣ ଲୋକଙ୍କୁ ଭିତରକୁ ଚପଲ ପିନ୍ଧି ଯିବାକୁ ବାରଣ କରୁଥିବା ବେଲେ ପାନ ପିକ ପାଇଁ କୌଣସି ବାରଣ ବ୍ୟବସ୍ଥା ନାହିଁ। ପାହାଚ ରୋଲିଂ କୁ ଛୁଇଁବା ପାଇଁ ମଧ୍ୟ ଖରାପ ଲାଗୁଚି କାରଣ ଯେଉଁଠି ଦେଖିବା ପାନ ଛେପ । ଏଭଳି ଅମାନବୀୟ କାର୍ଯ୍ୟ କରୁଥିବା ଲୋକଙ୍କୁ ଟିକେ ମଧ୍ୟ ଲାଜ ଲାଗୁ ନାହିଁ। ହସ୍ପିଟାଲରେ କାର୍ଯ୍ୟରତ ଥିବା ସଫେଇ କର୍ମଚାରୀ ମଧ୍ୟ ଭଲଭାବେ ସଫା କରୁନଥିବା ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି । ବର୍ତ୍ତମାନ ସଂକ୍ରମଣ ଯୋଗୁ ବିଭିନ୍ନ ପ୍ରକାର ରୋଗ ବ୍ୟାପିବାରେ ଲାଗିଛି ସାଧାରଣ ଲୋକ ବାହାରେ ଚପଲ ରଖିବା କେତେ ଦୂର ଯଥାର୍ଥ ?

Advertisement